STORYMIRROR

Subhalaxmi Nayak

Tragedy

4  

Subhalaxmi Nayak

Tragedy

ଅଲୋଡ଼ା ଝିଅ

ଅଲୋଡ଼ା ଝିଅ

1 min
354

ଜନ୍ମ ହେଉ ହେଉ ଅଲୋଡ଼ା ପାଲଟିଲା

ଦୁଃଖ ଆପଣେଇ ନେଇଥିଲା ତାକୁ,

ନିଜ ବାପାମାଆ ଯଦି କରିଦେଲେ ପର

ମିଛ ଦୁନିଆରେ କହିବ ବା କାହାକୁ?


ଚନ୍ଦ୍ରମା ପରି ଦିଶେ ମୁଖଟି ତାହାର

ହସ ହସ ସଦା ପ୍ରସନ୍ନ ବଦନ,

ଯେତେ କୁତ୍ସାରଟନା ଶୁଣୁଥାଏ ସିଏ

ତିଳେ ବିଚଳିତ ନ କରେ ମନ।


ଝିଅଟିଏ ହୋଇ ଯେବେ ଜନମ ପାଇଛି

ଭ୍ରୁଣରୁ ଯେ ହତଭାଗିନୀ ବୋଲାଇଛି,

ପରିବାର ଯେବେ ଦେଲା ଦୂର କରି

ସବୁ ଥାଇ ଆଜି ଅନାଥ ହୋଇଛି।


କେବେ ଧରି ନାହିଁ କଥାକୁ କାହାରି

ତଥାପି ନିର୍ଯାତନା ଅକାରଣେ ଦେଇ,

ମୋଡ଼ ନେଲା ସେବେ ଜୀବନ ତାହାର

ବିବାହ କରିବାକୁ ସମ୍ମତି ଜଣାଇ।


ପରିବାର ଲୋକେ କରିଲେ ଧିକ୍କାର

ପ୍ରତିବାଦ କରି ଉଠିଲେ ତ୍ୱରିତ

ପଚାରନ୍ତି ମୁହାଁମୁହିଁ ଏକସ୍ୱର ହୋଇ

ନିଜ ଖୁସିରେ ସେ ଏତେ ସ୍ୱାର୍ଥପର?


ଆଉ ଏ ଜୀବନେ ନାହିଁ ପ୍ରୟୋଜନ

ଛାଡ଼ି ଚାଲିଯିବ ବୋଲି ଭାବୁଥାଏ,

ପଥର ତଳେ ପଡ଼ିଛି ଭାଗ୍ୟ ତାର

ଗୁମୁରି ଗୁମୁରି ଅଲୋଡ଼ା ଏକ ଝିଅ କାନ୍ଦୁଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy