STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଅଳସୁଆ

ଅଳସୁଆ

1 min
2.8K

ଅଳସୁଆ

ସ୍ୱପ୍ନହୀନ

ଆଉ ଲକ୍ଷ୍ୟହୀନ

ନିର୍ଜୀଵ ନୁହେଁ ତ ଆଉ କଅଣ

ପରଜୀବୀ ସିଏ

ଅନାଇ ରହିଥାଏ ପରର ଭାତଥାଳି

ନିର୍ଲଜ ପୁଣି

ଆଉ

ପଥର ହୃଦୟ ତାର

ଭାବନାହୀନ ସେ

ଅଜ୍ଞାନୀ ଆଉ ଅଵିଵେକୀ ଵି

ଶୋଇଥାଏ ଖଟରେ ଆଁ କରି

ଶୁଖିଲା ତାର ମୁହଁ ଓ ଓଠ

ଅର୍ଥବ ସେ

ଆଉ

ପଥର ମୂର୍ତ୍ତିପରି ସ୍ଥାଣୁ

କଥାପଦେ କହିବାକୁ ଵି ବଳ କାହିଁ

ଛିଣ୍ଡିଯିବନି କି ତାର ରୁଗ୍ଣ ଗଳା

ରହିଥାଏ ଅନାଇ

ଅନ୍ୟର ଆଶାରା

ଧନ୍ୟ ତାର ମଣିଷ ଜୀବନ

ଆଉ ଛିଃ ଛିଃ ତାର ବିଚାର ଧାରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract