ଅଳସୁଆ
ଅଳସୁଆ
ଅଳସୁଆ
ସ୍ୱପ୍ନହୀନ
ଆଉ ଲକ୍ଷ୍ୟହୀନ
ନିର୍ଜୀଵ ନୁହେଁ ତ ଆଉ କଅଣ
ପରଜୀବୀ ସିଏ
ଅନାଇ ରହିଥାଏ ପରର ଭାତଥାଳି
ନିର୍ଲଜ ପୁଣି
ଆଉ
ପଥର ହୃଦୟ ତାର
ଭାବନାହୀନ ସେ
ଅଜ୍ଞାନୀ ଆଉ ଅଵିଵେକୀ ଵି
ଶୋଇଥାଏ ଖଟରେ ଆଁ କରି
ଶୁଖିଲା ତାର ମୁହଁ ଓ ଓଠ
ଅର୍ଥବ ସେ
ଆଉ
ପଥର ମୂର୍ତ୍ତିପରି ସ୍ଥାଣୁ
କଥାପଦେ କହିବାକୁ ଵି ବଳ କାହିଁ
ଛିଣ୍ଡିଯିବନି କି ତାର ରୁଗ୍ଣ ଗଳା
ରହିଥାଏ ଅନାଇ
ଅନ୍ୟର ଆଶାରା
ଧନ୍ୟ ତାର ମଣିଷ ଜୀବନ
ଆଉ ଛିଃ ଛିଃ ତାର ବିଚାର ଧାରା
