STORYMIRROR

ବିନୟ ମହାପାତ୍ର

Romance

4  

ବିନୟ ମହାପାତ୍ର

Romance

ଅଳସୀ ପ୍ରିୟା

ଅଳସୀ ପ୍ରିୟା

1 min
381

ରାତ୍ରୀ ଗୋ ତୁମକୁ ଦୋଷ ଦେବି କିଆଁ

ଆଖିରେ ମୋ ନିଦ ଆସୁନି ବୋଲି,

ସବୁ ଦୋଷ ତ ମୋ ଅଳସୀ ପ୍ରିୟାର

ମନେ ପଡିଲେ ସେ,

ନିଦ ସବୁ ମୋର ଯାଉଛି ଚାଲି ।।

ଅଳସୀ ପ୍ରିୟା ମୋ ଜାଣେ କି ଜାଣନି

ତା ବିନା ବିତୁନି ରାତି କି ଦିନ,

ହୃଦୟେ ତାହାର ନାଆଁ ଲେଖା ଅଛି

ଝୁରୁଛି ପ୍ରିୟାକୁ,

ପ୍ରତିି ନିଶ୍ୱାସ ମୋ ପ୍ରତି ହୃଦ ସ୍ପନ୍ଦନ ।

ତୁମର ତ କିଛି ଦୋଷ ନାହିଁ ପ୍ରିୟେ

ତୁମକୁ ନିଜେ ମୁଁ ମନ ମୋ ଦେଲି,

ସବୁ ଦୋଷ ମୋର ପ୍ରେମିକ ମନର

ନିଜ ଠାରୁ ବେଶି,

ତୁମକୁ ମୁଁ ଯାହା ମୁଁ ଭଲ ପାଇଲି ।।

ଆଇନା ତୁମକୁ ଦୋଷ ଦେବି କିଆଁ

ନିଇତି ଯାଉଛ ତୁମେତ ରୁଷି,

ମନ ଭାଙ୍ଗି ହୁଏ ଟୁକୁଡା ଟୁକୁଡା

ପ୍ରତି ଟୁକୁଡାରେ,

ଚାନ୍ଦମୁହଁ ତାର ଯାଉଛି ଦିଶି ।

ଅଳସୀ ପ୍ରିୟାର ପାଉଞ୍ଜି ଛନକ

ମଦହସ୍ତୀ ତାର ଅଳସୀ ଚାଲି,

ତାର କତୁରୀ ଚାତୁରୀ କଥାର କି ଦୋଷ

ଦୋଷୀ ମୋ ହୃଦୟ

ତା’ର, କଥା କୁହୁକକୁ ଯାହା ସତ ମଣିଲି ।।

ସବୁ ଜାଣି ଶୁଣି, ଜାଣି-ସିଆଣୀ ସେ

କିଛି ଜାଣି ନାହିଁ ଦେଖାଇ ହୁଏ,

ଏଇଠି ଥାଏ ସେ ଏଠି ତ ନଥାଏ

ଚଞ୍ଚଳ ହରିଣୀ,

ଆଖି ପିଛୁଳାକେ କାହିଁ ଉଭାଇ ଯାଏ ।

ତାର ଚଞ୍ଚଳ ମନକୁ ଦୋଷ ଦେବି କିଆଁ

ଜାଣି ଶୁଣି ତାକୁ ଭଲ ପାଇଲି,

ମୁହଁରେ କହେନି ଭଲପାଏ ବୋଲି

ଆଖିରୁ ତାହାର ସବୁ ପଢିଲି,

କେତେ ଭଲପାଏ ମୋତେ ଜାଣିଲି ।।

***#***


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance