ଅଳ୍ପ ଥିଲା ତଥାପି ହସୁଥିଲି
ଅଳ୍ପ ଥିଲା ତଥାପି ହସୁଥିଲି
କାହିଁକି ସ୍ବପ୍ନର ଲାଳସା ଦେଖୁଥିଲି
ତମେ ସବୁ ବୁଝାଇବା ବଦଳରେ
ଉତ୍ସାହର ପାତ୍ରଟିଏ ସାଜିଲ।
ଦେଖ ଆଜି ସବୁ ପାଇଲି
ହେଲେ, ତମ ଆତ୍ମୀୟତାର ସମ୍ପର୍କକୁ
ପାଦରେ ଦଳି ଚାଲିଆସିଲି ,
ପ୍ରତିଷ୍ଠା ପଚ୍ଥର ଅହଂକାରକୁ ଦେଖି ।
ମାଟି ଚାଳରେ ସ୍ବପ୍ନର ସହରଟା ରଙ୍ଗିନ
ଲାଗୁଥିଲା , ହାତ ବଡେଇ ଥରିବାକୁ ଇଚ୍ଚ୍ଥା କଲି।
ସ୍ବପ୍ନକୁ ବାସ୍ତବର ରୂପ ଦେଇ ,ଆଗକୁ ଚାଲି ଆସିଲି ।
ହଜିଗଲା ପରିଚିତ ସ୍ନେହର ହାତ...
ଆଜି ଏ ରାଜ ଉଆସ ରେ
ନା ଅଛି କାହାର ଆକଟ ଅଭିଯୋଗ
ନା କାହାର ପ୍ରେମ ଭରା ଅଭିମାନ ।
କେବଳ ନିରବତା ହଁ ସାଥି...
କହିବାକୁ ଅଳପ କଥା ଥିଲା
ଶୁଣିବାର ଲୋକ ସଂଖ୍ଯା ତା ଠାରୁ ଅଧିକ ଥିଲେ ।
ବର୍ତ୍ତମାନ କହିବାକୁ ଅନେକ କିଚ୍ଥି ଅଛି
ଶବ୍ଦରେ ଉଚ୍ଚାରିତ ଧ୍ବନି
ନିଜ କାନ ଚ୍ଥଡା କେହି ଶୁଣେନି ....
ଅଳ୍ପ ଥିଲା, ତଥାପି ଜୀବନ ହସୁଥିଲା
ଆଜି ସବୁ ଥାଇ ବି ....
ନିରବ ହଁ ନିରବ ଜୀବନ ।
କେଜାଣି କେବେ ଶେଷ ଥର ହସିଥିଲି
ଆତ୍ମ ତୃପ୍ତି ଭରା , ଆତ୍ମୀୟ ହସଟେ ।