ଅଳ୍ପ ଦିନର ଗଳ୍ପ
ଅଳ୍ପ ଦିନର ଗଳ୍ପ
ଜୀବନ ରଙ୍ଗମଞ୍ଚ ଶେଷ ଦୃଶ୍ୟ ମଶାଣୀ
ମଣିଷର ଏତେ ବିଚ୍ୟୁତି କାହିଁକି କେଜାଣି ।
ଗଙ୍ଗା ଯମୁନା ସ୍ଥିର ହେଲେ ଚାଲେ ବିପଣି
ଉଛୁଳିଲେ ବନ୍ୟା ବିତ୍ପାତ କେ ପାରିବ ଗଣି ।
ପ୍ରତିଦିନ ସକାଳୁ ସଞ୍ଜ ଜୀବନ କାହାଣୀ
ପରଦିନକୁ ହୁଏ ସ୍ମୃତି ଅକୁହା ସାରଣୀ ।
ସୃତି ନେଇ ସାଥେ ଜୀବନ ଭସାଣୀ
କିଏ କେତେଦିନ କୁଣିଆ ନପାରେ ଜାଣି ।
ଜାଣିଛି ଯିଏ କରି କରାଉ ଥାଏ ମେଲାଣି
ସଭିଏଁ ଅନ୍ଧ ଏଠି ବାଜେ ଅଦୃଶ୍ୟ ଖଞ୍ଜଣି ।
ଜାଣି ଉଜାଣି ଭିତରେ ଜୀବନ ସାରଣୀ
କେବେ ସୁନା ରୂପା କେବେ ସୁଖା ଗଉଣୀ ।
ପ୍ରଥମ ଅଙ୍କରେ ହସ ଖୁସି ଭବିଷ୍ୟ ଗୁଣୀ
ଶେଷ ଦୃଶ୍ୟ ଛଅ ଖଣ୍ଡ କାଠ ଖଇକଉଡ଼ି ବୁଣି ।
ମଝି ଦୃଶ୍ୟ ଭାଗ୍ୟ ବିଧାତା ଦିଅନ୍ତି ମିଶାଇ ଗୁଣି
ଜିଇଁ ଥିଲା ଯାଏଁ ପେଟପାଇଁ କେତେ ନାଟର ମୁଣି
ମରିଗଲେ କାହା ପାଇଁ ସ୍ମୃତି ବା ଇତି କେଜାଣି ।