ଅଳ୍ପ ଦିନର ଗଳ୍ପ
ଅଳ୍ପ ଦିନର ଗଳ୍ପ
ଖିଆଲି ମନର ଅଡ଼ୁଆ ବାଟରେ
କେବେ କେହି ନିଶ୍ଚୟ ପରାଶ୍ରୟୀ ହୋଇଯାଏ
ଆଉ ଗୁଡ଼େଇ ହୋଇ ରହିଯାଏ
କିଛି ସମୟ ପରାୟତ ହୋଇ ।
ଯଥା ସମ୍ଭବ ଚେଷ୍ଟା ବଳରେ ଫାସ ଛିଣ୍ଡେଇ
ପୁଣି ଫେରିଆସେ ଶକ୍ତିକୁ ପରାଭବ ଦେଇ ।
ସେଠାରେ ବିତେଇ ଥିବା କ୍ଷଣକୁ
ରୋମନ୍ଥନ କରେ ନିରୋଳାରେ ଯେବେ
ପୁଣି ଆଖି ମୁଦି ଚେଷ୍ଟାକରେ ଭୁଲିବାକୁ
ଅତୀତ ଚାଲିଆସେ ବନ୍ଦ ଆଖିରେ ସ୍ପଷ୍ଟହୋଇ
ପ୍ରତିକ୍ଷଣ ଜଳେ ବିଚ୍ଛେଦର ଜ୍ବାଳାରେ
ସେ ବହିର୍ଜଗତରୁ ବିଚ୍ଛିନ୍ନ ହୋଇ ।
ଦିବାବସାନେ ଦେଖିଥିବା ସ୍ବପ୍ନ ଖିନ୍ ଭିନ୍ ହୁଏ
ଯେବେ ସର୍ବାଙ୍ଗେ ଦାହିକା ଶକ୍ତି ଯାଏ ଭରି ।
ଭଣ୍ଡୁର କରେ ପୂର୍ବଦଶା
ବାନ୍ଧି ରଖେ ଆଗକୁ ବଢିବାର ଆଶା
ନିରର୍ଥକ ହୁଏ ନିସ୍ତେଜ ମନର କଲ୍ଲୋଳ
ପୁଣି ଫେରିଚାହେଁ ପଛକୁ ଯେବେ
ଦେଖେ ବ୍ୟାପ୍ତ ହୋଇଥିବା ତାହାର
କିଛି କ୍ଷଣର ଆଶା ଅଶୁମାରି
କୋହ ସମ୍ଭାଳି ନ ପାରି ଚିତ୍କାର କରେ
ପୁଣି ଲୋଟିଯାଏ ଅତୀତରେ କଅଁଳ ଲତାଟିଏ ପରି
ଯେବେ,ମନଭିତରେ ବସା ବାନ୍ଧିଖିବା
ଅନାମଧେୟ ନାଆଁଟି ପଚାରେ ତାକୁ
ସତ କହ ମନେ ରଖିଛୁ କି
ଅଳ୍ପ ଦିନର ସେଇ ଗଳ୍ପ ଆମରି।
