STORYMIRROR

Anjana Naik,Anju..Deogarh

Drama

3  

Anjana Naik,Anju..Deogarh

Drama

ଅଳ୍ପ ଦିନର ଗଳ୍ପ

ଅଳ୍ପ ଦିନର ଗଳ୍ପ

1 min
167

ଖିଆଲି ମନର ଅଡ଼ୁଆ ବାଟରେ 

କେବେ କେହି ନିଶ୍ଚୟ ପରାଶ୍ରୟୀ ହୋଇଯାଏ 

ଆଉ ଗୁଡ଼େଇ ହୋଇ ରହିଯାଏ 

କିଛି ସମୟ ପରାୟତ ହୋଇ । 

ଯଥା ସମ୍ଭବ ଚେଷ୍ଟା ବଳରେ ଫାସ ଛିଣ୍ଡେଇ

ପୁଣି ଫେରିଆସେ ଶକ୍ତିକୁ ପରାଭବ ଦେଇ । 

ସେଠାରେ ବିତେଇ ଥିବା କ୍ଷଣକୁ

ରୋମନ୍ଥନ କରେ ନିରୋଳାରେ ଯେବେ 

ପୁଣି ଆଖି ମୁଦି ଚେଷ୍ଟାକରେ ଭୁଲିବାକୁ 

ଅତୀତ ଚାଲିଆସେ ବନ୍ଦ ଆଖିରେ ସ୍ପଷ୍ଟହୋଇ 

ପ୍ରତିକ୍ଷଣ ଜଳେ ବିଚ୍ଛେଦର ଜ୍ବାଳାରେ 

ସେ ବହିର୍ଜଗତରୁ ବିଚ୍ଛିନ୍ନ ହୋଇ ।

ଦିବାବସାନେ ଦେଖିଥିବା ସ୍ବପ୍ନ ଖିନ୍ ଭିନ୍ ହୁଏ

ଯେବେ ସର୍ବାଙ୍ଗେ ଦାହିକା ଶକ୍ତି ଯାଏ ଭରି ।

ଭଣ୍ଡୁର କରେ ପୂର୍ବଦଶା 

ବାନ୍ଧି ରଖେ ଆଗକୁ ବଢିବାର ଆଶା

ନିରର୍ଥକ ହୁଏ ନିସ୍ତେଜ ମନର କଲ୍ଲୋଳ 

ପୁଣି ଫେରିଚାହେଁ ପଛକୁ ଯେବେ 

ଦେଖେ ବ୍ୟାପ୍ତ ହୋଇଥିବା ତାହାର

କିଛି କ୍ଷଣର ଆଶା ଅଶୁମାରି 

କୋହ ସମ୍ଭାଳି ନ ପାରି ଚିତ୍କାର କରେ

ପୁଣି ଲୋଟିଯାଏ ଅତୀତରେ କଅଁଳ ଲତାଟିଏ ପରି

ଯେବେ,ମନଭିତରେ ବସା ବାନ୍ଧିଖିବା 

ଅନାମଧେୟ ନାଆଁଟି ପଚାରେ ତାକୁ 

ସତ କହ ମନେ ରଖିଛୁ କି 

ଅଳ୍ପ ଦିନର ସେଇ ଗଳ୍ପ ଆମରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama