STORYMIRROR

DEEPAK KUMAR PATRA

Romance

4  

DEEPAK KUMAR PATRA

Romance

ଅଳକା ସାନ୍ୟାଲ

ଅଳକା ସାନ୍ୟାଲ

1 min
225


ତୁମକୁ ଯେବେ ଦେଖିଲି ଅଳକାସାନ୍ୟାଲ

ମୋର ଅଶରୀରେ ଖେଳିଗଲା ଅନେକ

ଅହେତୁକ ସମୁଦ୍ର ଢେଉର ଝଡ଼

ଆକାଶରେ ଛାଇଥିଲା ତପନର ପ୍ରଖର କିରଣ

ବୈଶାଖର ଖରା ବି ଲାଗୁଥିଲା

ସତେକି ଛାୟାପ୍ରଦ ଘନର ଯବନିକା

ଉତ୍ତପ୍ତ ପିଚୁ ରାସ୍ତା ବି ହିମାଳୟ ପଥ

ଚାହୁଁ ଚାହୁଁ ଯେ ହଜିଗଲ ଅନେକ ଭିଡ଼ ଆଢୁଆଲେ

ତୁମକୁ ମୁଁ କେତେ ଯେ ଖୋଜିଲି 

ହେଇଗଲି ନୟାନ୍ତ ବେସାହାରା ଦିଗହରା ।।

ତୁମକୁ ବା ଦେଖିଥିଲି ଅଳକାସାନ୍ୟାଲ

କେସିଙ୍ଗା ସହରର କୋଉ ଏକ 

ଅଜଣା ଗଳି ରାସ୍ତାରେ

ଏକ ଅପନ୍ତରା ଘର ପାର୍ଶ୍ଵଦେଇ

ତୁମେ ସତେକି ଚାଲିଯାଉଥିଲ 

ଏକ ନିର୍ଜନ କିଛି ଘାସ ବୁଦାବଣର ସଂକୀର୍ଣ୍ଣ ରାସ୍ତାରେ

ମୁହଁପୋତି ଏକାମୁହାଁ ହୋଇ

ମୋର ଅଚିହ୍ନା ଇଲାକାରେ ମୋର ଅଦେଖା ବାଟରେ ।।

ତୁମକୁ ଦେଖିଥିଲି ଢୋ ଢୋ ଖରାର

ଉତ୍ତାପ ଝାଞ୍ଜିକୁ ଆଡେଇ ଆସୁଥିଲ

ଓଢଣା ଆଢୁଆଲେ ମୁହଁ ଲୁଚେଇ ଲୁଚେଇ

ପାଦକୁ ପାଦ ଆଗେଇ 

ସତେକି ମନ ମଧ୍ୟରେ ନୂଆ ଉନ୍ମାଦନାର

ଫୁଆର ଜନ୍ମାଇ 

ଚାଲିଯାଉଥିଲ ଦୂର ଦିଗବଳୟର 

ଅନ୍ତିମ ଆଭା ପର୍ୟ୍ଯନ୍ତ ଏକମୁହା ହୋଇ।।

ତୁମକୁ ମୋର ସାକ୍ଷାତ ପୁଣି

କଲେଜ ଛକର ଗେଟ୍ ପାର୍ଶ୍ଵରେ 

ଦିନ ଦ୍ୱିପ୍ରହର ର ଧୂଳି ଉଡାରାସ୍ତାରେ 

ଯାଉଥିଲ ଏକା ଏକା କିଛି ମନେ ମନେ ଆଣ୍ଡୁଳେଇ

ଝିକ୍ ମିକ୍ ଆଧୁନିକ ବସ୍ତ୍ର ପରିହିତା ହୋଇ

ଆଖିରେ କଜ୍ବଳ ଓ ମୁହଁରେ ସ୍ନୋ ପାଉଡର ର ପ୍ରଲେପ ଦେଇ

ଯେପରି କିଏ ତୁମର ଅପେକ୍ଷାର ଅନ୍ତକୁ ଜଗିରହିଛି

କଲେଜ ପରିଧିର ମଧ୍ୟରେ

ମୀନ ନୟନରେ ନୟାନ୍ତ ହେଇ ।।

ତୁମକୁ ସନ୍ଧାନୀଲି ସେହି ଦିନୁ କେତେ

ବିଦ୍ୟାବିହାର ର କୋଣେ ଅନୁକୋଣେ ଯେତେ

ତୁମକୁ ଚିତ୍ରାୟିତ କରିଥିଲି ମନର ଚିତ୍ରକର ହସ୍ତେ

ତୁମେ ଯେଉଁ କଣେଇ ଚାହିଁ ଦେଇଯାଇଥିଲ ସତେ

ମନରେ ପ୍ରେମରାଗର ବୀଣା ବଜେଇ 

ଚାଲିଗଲ ଯେ ତୁମେ ମନରେ ଆଶା ଦେଇ ।।

କାହିଁ ଗଲ କାହିଁ ଗଲ ସେଦିନୁ ନୟନ ମିଳାଇ

ଚାଲିଗଲ ଯେ ମୋ ମନେ ତୁମେ ବହ୍ନି ଜାଳିଦେଇ

ମୋ ସଙ୍ଗେ ସଙ୍ଗୀ ହେଲ ବିଦ୍ୟାବିହାର ରେ

ଏକାନ୍ତେ ପଚାରିଲି ପ୍ରେମ ପାରାବାରେ

ଶୁଣି ମୋ ବାର୍ତ୍ତା ଚୁପ୍ ରହି ଚାଲିଗଲ

ମୋ ପ୍ରଶ୍ନର ଉତ୍ତର ଯେ ଅଧାରେ ରଖିଲ ।।

କାହିଁ ଗଲ ତୁମେ ଯେ ମୁଁ ଖୋଜୁଛି ବାରେ ବାରେ 

କାରୁଣ୍ଡ ମଣ୍ଡଳ କ୍ଷେତ୍ରେ କୋଶଳ ସହରେ

ତୁମକୁ ଯେ ମୁଁ ଖୋଜିବୁଲେ 

ଏଇ ଏକାନ୍ତ ସମୟର ଚୋରାବାଲି ତୀରେ

ଏଇ ଏକାନ୍ତ ସମୟର ଚୋରାବାଲି ତୀରେ ।।




Rate this content
Log in

Similar oriya poem from Romance