ଅକୁହା କଥା
ଅକୁହା କଥା
ତୁମ ନିରବତାର ମଜଭୁତ
ପ୍ରାଚେରୀ ଡେଇଁ
ତୁମ ମନର ଦେଶରେ
ତୁମ ପ୍ରେମର ସହରେ
ଖୋଜୁଥିଲି ନିଜ ଠିକଣା ।
ଦେଖିଲି-ଖୋଜିଲି ଗଳି-ଗଳି ବୁଲି
ନା ତୁମ ଦେଖା ମିଳିଲା
ନା ମୁଁ ପାଇଲି କେଉଁଠି
ତୁମ ହୃଦୟ ଅଗଣା ।
ଭେଟ ହେଲା ଯାହା
ତୁମ ମିଛ ଅହଙ୍କାରର
ସିକ୍ତ ଖୋଳପାର
ଭିଜା ରକ୍ତ ବିନ୍ଦୁ ସହ
ଗର୍ବ ଆଭିଜାତ୍ୟର
କୁତ୍ସିତ ବନ୍ଧୁର ମଶିଣା ।
ସ୍ମୃତି ତୀର ଥିଲା ନିସ୍ତବ୍ଦ
ନିଶ୍ଚଳ, ନିରବ, ନସ୍ପନ୍ଦ
ଭାସି ଆସୁଥିଲା ରକ୍ତ ସମ୍ପର୍କିତ
ଦୁଇ ନିରିହ ନିସ୍ପୃହ ମୁହଁ
ବୋଧେ ସେ ବି ଖୋଜୁଥିଲେ
ନିଜେ ନିଜ ପରିଚୟ ।
ଦେଖିଲି ଶୁଣିଲି ଜାଣିଲି
ମନକୁ ବୁଝେଇ ନେଇ
ଅବତାରଣା ବି କଲି ,
ହେଲେ ,
କେମିତି କହିଥା'ନ୍ତି !
ତୁମେ ମୋ' ନିକଟରେ
ଛାଡ଼ି ଚାଲି ଯାଇଥିବା
ଅକୁହା ଗପ, ଅକୁହା ପ୍ରେମ
ଆମ ଭିତରେ ଥିବା ସେହି
ସୁପ୍ତ ଅକୁହା କଥା ମୟ ।
