STORYMIRROR

Nihar Ranjan Acharya

Tragedy

4.5  

Nihar Ranjan Acharya

Tragedy

ଅକୁହା କଥା

ଅକୁହା କଥା

1 min
304


ତୁମ ନିରବତାର ମଜଭୁତ

ପ୍ରାଚେରୀ ଡେଇଁ 

ତୁମ ମନର ଦେଶରେ 

ତୁମ ପ୍ରେମର ସହରେ 

ଖୋଜୁଥିଲି ନିଜ ଠିକଣା । 


ଦେଖିଲି-ଖୋଜିଲି ଗଳି-ଗଳି ବୁଲି 

ନା ତୁମ ଦେଖା ମିଳିଲା 

ନା ମୁଁ ପାଇଲି କେଉଁଠି 

ତୁମ ହୃଦୟ ଅଗଣା । 


ଭେଟ ହେଲା ଯାହା 

ତୁମ ମିଛ ଅହଙ୍କାରର 

ସିକ୍ତ ଖୋଳପାର 

ଭିଜା ରକ୍ତ ବିନ୍ଦୁ ସହ 

ଗର୍ବ ଆଭିଜାତ୍ୟର 

କୁତ୍ସିତ ବନ୍ଧୁର ମଶିଣା ।


ng>ସ୍ମୃତି ତୀର ଥିଲା ନିସ୍ତବ୍ଦ

ନିଶ୍ଚଳ, ନିରବ, ନସ୍ପନ୍ଦ 

ଭାସି ଆସୁଥିଲା ରକ୍ତ ସମ୍ପର୍କିତ 

ଦୁଇ ନିରିହ ନିସ୍ପୃହ ମୁହଁ 

ବୋଧେ ସେ ବି ଖୋଜୁଥିଲେ

ନିଜେ ନିଜ ପରିଚୟ ।


ଦେଖିଲି ଶୁଣିଲି ଜାଣିଲି 

ମନକୁ ବୁଝେଇ ନେଇ

ଅବତାରଣା ବି କଲି ,

ହେଲେ ,

କେମିତି କହିଥା'ନ୍ତି !

ତୁମେ ମୋ' ନିକଟରେ 

ଛାଡ଼ି ଚାଲି ଯାଇଥିବା 

ଅକୁହା ଗପ, ଅକୁହା ପ୍ରେମ 

ଆମ ଭିତରେ ଥିବା ସେହି 

ସୁପ୍ତ ଅକୁହା କଥା ମୟ ।


Rate this content
Log in

Similar oriya poem from Tragedy