ଅକୁହା କଥା
ଅକୁହା କଥା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଅକୁହା କଥାଟି କହି ହୁଏ ନାହିଁ,
ଭାବୁଥାଏ ଯାହା ମନରେ
ଅନ୍ତର ମନରେ ଚକାପାରି ବସି,
ଉଦାସ ଭରଇ ହୃଦରେ ।
ଅଦିନେ ଆସିଲ ଜୀବନ ମୋଡରେ,
କଳ୍ପନା ନଥିଲା କେବେ
ରାକା ରଜନୀର ଶୁଭ୍ର ଜୋଛନାରେ,
ଦେଖା ଦେଇଥିଲ ସେବେ ।
କୁହୁକ କଥାର ଯାଦୁଗରୀ ମୋହ,
ଟାଣିନେଲା କେତେବେଳେ
ଭାଙ୍ଗିଦେଲା ସବୁ ଧର୍ଯ୍ୟର ପ୍ରାଚୀର,
ମିଶାଇଲ ପ୍ରୀତି ଭୋଳେ ।
ହଜିଗଲା ମନ ଭିଜିଗଲା ପ୍ରାଣ,
ସିକ୍ତ ପ୍ରେମବାରୀ ନୀରେ
ମିଳନ ପିୟାସୀ ହୃଦୟ କାନନେ,
ଏକତ୍ୱର ସ୍ୱର ଭରେ ।
ଆକର୍ଷିତ କଲ ତନୁ ଓ ମନକୁ,
ଭୁଲି ଗଲି ଥଳକୂଳ
ଭୂଲିଥିଲା ଦିନେ ରାଈ ବିନୋଦିନୀ,
ଶ୍ୟାମ ପ୍ରେମେ ସେ ପାଗଳ ।
ପ
୍ରେମ ଅନ୍ଧ ବୋଲି ଜାଣିଲି ଆଜି ମୁଁ,
ଶୁଣିଥିଲି ଯାହା ଦିନେ
ପିଛିଳ ପଥରେ ପଙ୍କିଳ ବାଟରେ,
ନେଇଯାଏ କରି ଭିନେ ।
ପ୍ରେମ ତରଙ୍ଗିଣୀ ଉଛୁଳା ସୁଅରେ,
ଭାସିଗଲା ମନ ନାଆ
ଦିଗହରା ହୋଇ ପୋହଳା ଦ୍ୱିପରେ,
ଖୋଜୁଅଛି ଆଜି ରାହା ।
ଫେରିବାର ପଥ ଭୁଲି ମୁଁ ଯାଇଛି,
ବାଟବଣା ବାଟୋଇଟେ
ତୃଷାର୍ତ୍ତ ପ୍ରାଣରେ ପ୍ରୀତି ବର୍ଷା ଛିଟା,
ଖୋଜୁଛି ମୁଁ ଚାତକୀ ଟେ ।
ନିର୍ଜନ ଦ୍ୱିପର ଅଭିସାରିକା ମୁଁ,
ଲାକ୍ଷା ଦ୍ୱୀପ ରାଜବାଳା
ତୋ ବାଟ ଅନେଇ ବସିଅଛି ପରା,
ଉଚ୍ଚାଟ ହୃଦୟ ବେଳା ।
କେବେ ତୁ ଆସିବୁ ପକ୍ଷୀରାଜ ଚଢି,
ଅଳସ ମନରେ ବ୍ୟଥା
କଥା ଦେଇ ଥରେ ଭୁଲି ତୁ ଯାଆନା,
ଜୀବନେ ଅକୁହା କଥା ।