STORYMIRROR

Basanti Pattnaik

Tragedy

3  

Basanti Pattnaik

Tragedy

ଅକୁହା ବେଦନା

ଅକୁହା ବେଦନା

1 min
265


    ଜୀବନଟା ମୋର ଦୁଃଖରେ ଭରା

 ଠିକ୍ ଏକ ବୁଢୀଆଣୀ ଜାଲ ପରି

ନାହିଁ ଏଠି ଶାନ୍ତି ନାହିଁ ଏଠି ସୁଖ

 ବଞ୍ଚି ରହିଛି ମୁଁ ଯକ୍ଷ୍ମା ରୋଗୀ ପରି

  


      ଯକ୍ଷ୍ମା ରୋଗର ଜୀବାଣୁ ଯେତେ

   ଖିନ୍ ଭିନ୍ କରନ୍ତି ପ୍ରତିକ୍ଷଣେ

  ବିଦାରି ବିଦାରି ରକ୍ତାକ୍ତ କରନ୍ତି 

  ହୃଦ କନ୍ଦରରେ ଗର୍ତ୍ତ ଖୋଳି ଖୋଳି

ସୁଖ କଣ ମୁଁ ଜାଣି ନାହିଁ କେବେ, 

ଦୁଃଖ ଭିତରେ ସଢ଼ି ସଢ଼ି


 ଦୁଃଖକୁ ମୁଁ ଅତି ପ୍ରେମ କରେ

  ରାଧା କୃଷ୍ଣଙ୍କ ପ୍ରେମ ପରି

  ଏହି ଦୁଃଖ ଦେଇଛି ମତେ

 ଅନେକ ପ୍ରେରଣା ଅନେକ ସାନ୍ତ୍ୱନା

 ଆଉ ସହିବାର ଅସୀମ ଶକ୍ତି 

    ସୁଦୀର୍ଘ ମାଇଲ୍ ଖୁଣ୍ଟି ପରି


 ସୁଖ କଣ ଜାଣି ନାହିଁ କେବେ

  ଦୁଃଖ ମୋର ଚିର ସହଚରୀ

  ଦୁଃଖ ମୋର ଚିର ବନ୍ଦନୀୟ

   ଦିବା ରାତ୍ରିର ସମ୍ପର୍କ ପରି ।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy