ଅକୁହା ବେଦନା
ଅକୁହା ବେଦନା


ଜୀବନଟା ମୋର ଦୁଃଖରେ ଭରା
ଠିକ୍ ଏକ ବୁଢୀଆଣୀ ଜାଲ ପରି
ନାହିଁ ଏଠି ଶାନ୍ତି ନାହିଁ ଏଠି ସୁଖ
ବଞ୍ଚି ରହିଛି ମୁଁ ଯକ୍ଷ୍ମା ରୋଗୀ ପରି
ଯକ୍ଷ୍ମା ରୋଗର ଜୀବାଣୁ ଯେତେ
ଖିନ୍ ଭିନ୍ କରନ୍ତି ପ୍ରତିକ୍ଷଣେ
ବିଦାରି ବିଦାରି ରକ୍ତାକ୍ତ କରନ୍ତି
ହୃଦ କନ୍ଦରରେ ଗର୍ତ୍ତ ଖୋଳି ଖୋଳି
ସୁଖ କଣ ମୁଁ ଜାଣି ନାହିଁ କେବେ,
ଦୁଃଖ ଭିତରେ ସଢ଼ି ସଢ଼ି
ଦୁଃଖକୁ ମୁଁ ଅତି ପ୍ରେମ କରେ
ରାଧା କୃଷ୍ଣଙ୍କ ପ୍ରେମ ପରି
ଏହି ଦୁଃଖ ଦେଇଛି ମତେ
ଅନେକ ପ୍ରେରଣା ଅନେକ ସାନ୍ତ୍ୱନା
ଆଉ ସହିବାର ଅସୀମ ଶକ୍ତି
ସୁଦୀର୍ଘ ମାଇଲ୍ ଖୁଣ୍ଟି ପରି
ସୁଖ କଣ ଜାଣି ନାହିଁ କେବେ
ଦୁଃଖ ମୋର ଚିର ସହଚରୀ
ଦୁଃଖ ମୋର ଚିର ବନ୍ଦନୀୟ
ଦିବା ରାତ୍ରିର ସମ୍ପର୍କ ପରି ।