STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଅକ୍ଷତ ନିମନ୍ତ୍ରଣ

ଅକ୍ଷତ ନିମନ୍ତ୍ରଣ

1 min
357


ତୁମେ ସନାତନ 

ମର୍ଯ୍ୟାଦା ପୁରୁଷ

ଆରାଧ୍ୟ ତୁମେ ଶ୍ରୀରାମ 

ସପନ ସାକାର

ହେ କରୁଣାକର

ରାବ ତୁମ ରାମନାମ !!


ତୁମ ବାଲ୍ୟରୂପ 

କରିବୁ  ଦର୍ଶନ

ଜାନୁଆରୀ ଯେ ବାଇଶି 

ପ୍ରାଣ ଯେ ପ୍ରତିଷ୍ଠା

ଗର୍ଭଗୃହେ ତୁମ 

ଦୁଇ ହଜାର ଚବିଶି !!


ଏକ ଜାନୁଆରୀ

ସମୟ ଏଗାର

ଅକ୍ଷତ ଯେ ନିମନ୍ତ୍ରଣ

ଗାଆଁ ରୁ ସହର 

ମନ୍ଦିର ମନ୍ଦିର

ଅକ୍ଷତ ଯେ ବିତରଣ !!


ଦୀପ ଜାଳି ଦେବା

ଘର  ଓ ମନ୍ଦିର

ଶୁଣ ବିଜ୍ଞ ଜନ ଶୁଣ

ରାମଙ୍କ ମହିମା      

ଗୁଞ୍ଜିବ  ବ୍ରହ୍ମାଣ୍ଡ 

ନିଜ ହିଁ କର୍ତ୍ତବ୍ୟ ମଣ !!



Rate this content
Log in

Similar oriya poem from Abstract