STORYMIRROR

Sunanda Mohanty

Tragedy Classics Thriller

4  

Sunanda Mohanty

Tragedy Classics Thriller

ଅକାଳ ମୃତ୍ୟୁ

ଅକାଳ ମୃତ୍ୟୁ

1 min
400

ପ୍ରଭୁହେ ରଖ ମୋ ମିନତି ବାରେ

ଅକାଳ ମୃତ୍ୟୁ ନଦିଅ କେବେ କାହାରେ

ଦୁର୍ଘଟଣା, ଜରା ବ୍ୟାଧି ବୈଧବ୍ୟ

ନଆସୁ ଅକାଳରେ କେବେ କା ପାଶରେ

ବାତ୍ୟା ବନ୍ୟା ସୁନାମୀ ଉଭାଇ ଚାଲିଯାଉ

ଦୂରେ ଦୂରେ ବହୁଦୂରେ ତୁମ କୃପାରେ

ଜନମ ଦେଇଛ ମରଣ ରଖିଛ ବାର୍ଦ୍ଧକ୍ୟ ପରେ

ସେହିକଥା ରଖ ଦୀନବନ୍ଧୁ ଅକାଳ ମୃତ୍ୟୁ

ନଆସୁ କାହା ପାଶରେ, ଥରହର ଜୀବନରେ

କ୍ଷମାର ନାୟକ ମୋକ୍ଷର ମହାନାୟକ

ତୁମ ବଡ଼ପଣ ରଖ ବାରେ

ସଭିଙ୍କୁ କ୍ଷମା କରିଦିଅ ନପଡ଼ନ୍ତୁ ଅକାଳ ମୃତ୍ୟୁରେ

କିଏ କୋଉ ରୂପେ ଗନ୍ତବ୍ୟ ପଥରେ

ତୁମେ ଲେଖିଥିବା ବିହି ଲଲାଟ ପଟରେ

ଜନ୍ମ ହେଲେ ଜଣେ ନିଶ୍ଚୟ ମରିବ

ଆଗରୁ କାହିଁ ଅକାଳରେ ?

ଯିଏ ଯିବ ତାର ଚତୁଃପାର୍ଶ୍ୱର ଲୋକେ

ଗଡୁଥିବା ଦେଖି ବିକଳରେ

କେମିତି ସହୁଛି ପରାଣ ତୁମର ତୁମେ ଶ୍ରେଷ୍ଠ

 ମଣିଷ ପଣରେ ମାନବିକତା ସୂତ୍ରରେ

ଫୁଟିବା ଆଗରୁ କଳି ଗଲେ ଝଡି

ବଢିବା ଆଗରୁ ଶିଶୁ ଗଲେ ପଡି

ଅକାଳେ ମୃତ୍ୟୁ ଦିଅନାହିଁ ମହାବାହୁ

ଏହି ଅଳି ଶ୍ରୀଛାମୁରେ

କିଏ ସେ ଅନାଥ କିପରି ଭକତ

ହେବ ତୁମରି ନାମରେ

ପ୍ରଭୁ ତୁମେ ହର୍ତ୍ତା କର୍ତ୍ତା ଦଇବ ବିଧାତା

କପାଳ ଲିଖନ ଆଉ ଥରେ ପଢ ବାରେ

ଆୟୁଷ ଆଶିଷ ନିରୋଗ ରଖ ସଭିଙ୍କୁ

ବାର୍ଦ୍ଧକ୍ୟ ସୋପାନରେ, ଏତିକି ମିନତି ବାରେ

ରାଗ, ରୋଗ ଦୁଃଖ କଷ୍ଟ ନିର୍ଯ୍ୟାତନା ଯନ୍ତ୍ରଣାରେ 

କିଏ ମାରି ତାଳି ଘଣ୍ଟ ବଜାଇ ଦେଇ ହୁଳହୁଳି

କହିବ ରଖ ଅନାଥର ନାଥ ହୁଅ ସଦୟ ମହୀରେ ।


Rate this content
Log in

Similar oriya poem from Tragedy