ଅଜପା
ଅଜପା
(ରାଗ:- ଗୁଜ୍ଜରୀ ବା ଭାଗବତବାଣୀ )
ପବିତ୍ର ଗ୍ରନ୍ଥ ଭାଗବତ । ପଢିଲେ ହୁଏ ଜ୍ଞାନ ପ୍ରାପ୍ତ !!
ଅଜପା ଜପ ଦିବ୍ୟ ଜ୍ଞାନ । ଭକ୍ତିରେ ଅଛି ବିଦ୍ୟମାନ !!
ଧ୍ୟାନ ମୁଦ୍ରାରେ ପଦ୍ମାସନ ।ନ ଗୁଞ୍ଜେ ମୁଖରେ ବଚନ !!
ଅଜପା ଜପ ଅନ୍ତର୍ଗତ ।କାହ୍ନୁ ଙ୍କ ଦର୍ଶନ ସାକ୍ଷାତ !!
ଅଟନ୍ତି ରେ ପରମବ୍ରହ୍ମ । ଅଜପା ଜପ ମନ୍ତ୍ର ବ୍ରହ୍ମ !!
ଶିରା ଓ ପ୍ରଶିରା ଗୁଞ୍ଜନ । ଅଜପା ଯୋଗ ଭକ୍ତି ଜ୍ଞାନ !!
ସିଦ୍ଧି ପୁରୁଷ ଜାଣେ ଏହା। ରଖିଛି ହୃଦୟରେ ତାହା !!
ଅଜପା ଜପି ପାଏ ହରି । କରନ୍ତି ପ୍ରୀତି ନରହରି !!
ନାହିଁଟି ଅନ୍ୟେ ବଶୀଭୂତ। ରଖିଛି ସଦା ସତ୍ୟ ପଥ !!
ଆତ୍ମା ପ୍ରମାତ୍ମା କୁ ଚିହ୍ନିଛି । ଅଜପା ଜପ କରୁଅଛି !!
ଯୋଗାସନର ଦ୍ବାରା ସିଦ୍ଧି। ଅଜପା ଜପର ପ୍ରସିଦ୍ଧି !!
