STORYMIRROR

padmaja pati

Classics

3  

padmaja pati

Classics

ଅଜ୍ଞାନତା ମଧ୍ୟେ ଆତ୍ମା

ଅଜ୍ଞାନତା ମଧ୍ୟେ ଆତ୍ମା

1 min
196


ରହିଛି ଆତ୍ମାଟି ଅବିଦ୍ୟା ଘେରରେ

ମୋହରେ ହେଉଛି ଘାଣ୍ଟି

ବିଶ୍ଵ ବହ୍ନିର ସ୍ଫୁଲିଙ୍ଗ ସେ ଏକ

ଦିବ୍ୟ ଜ୍ୟୋତି କଣିକାଟି।


ମନ, ହୃଦୟକୁ କରି ଉତ୍ତୋଳିତ

ହେଉ ସେ ମହିମାନ୍ଵିତ

ଫେରି ପାଉ ତା'ର ଜ୍ୟୋତି ସକଳକୁ

ପରମ ସୂର୍ଯ୍ୟ ସେ ତ।


ବିଶ୍ଵମୟ ଭାବେ ଘେରିଛି ସୃଷ୍ଟିକୁ

ଏକ ଏବଂ ଅଦ୍ୱିତୀୟ

ନିଶ୍ଚେତନା ଘେରା ବିଶ୍ଵ ପ୍ରକୃତିରେ

ଘୂରି ଘୂରି ଶକ୍ତି କ୍ଷୟ।


କରୁ ଅନୁଭବ ଦିବ୍ୟ ଉପସ୍ଥିତି

ଦେବଜାତ ସ୍ଵଭାବକୁ 

ଅଜ୍ଞାନ,ମୃତ୍ୟୁର ନୁହେଁ କବଳିତ

ଜାଣୁ ନିଜର ସତ୍ତାକୁ।


ଅମର, ଅକ୍ଷୟ ମରଣଜୟୀ ସେ

ତା'ର ସମ ନାହିଁ କେହି

ନିଜ ସମ୍ପର୍କରେ ହେଉ ସଚେତନ

କାଳାତୀତ ପରା ସେହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics