STORYMIRROR

CHINMAYEE PRADHAN

Abstract Drama Action

4  

CHINMAYEE PRADHAN

Abstract Drama Action

ଅଜଣା ଭୀତି

ଅଜଣା ଭୀତି

1 min
256

ବାହା ବେଦୀ ଆଉ ସଜନାଲୋ ସଖି 

ସାଜିବିନି ବଧୂ ବେଶ, 

ଫେରେଇ ଦିଅ ସେ ଫୁଲର ସଵାରୀ 

ଦେଖିଲେ ଲାଗୁଚି ବିଷ ।


ନାଲି ଅଳତା ପିନ୍ଧାନାହିଁ ମୋତେ 

ପାଦକୁ ଲାଗୁଛି ଡର, 

ପିନ୍ଧାନା ସେ ରୂପା ପାଉଁଜି ବଉଳ 

ବେଡି ସତେ ମୋ ପାଦର ।


ପିନ୍ଧା ନାହିଁ ଶଙ୍ଖା ନାଲି ନେଳି ଚୁଡ଼ି 

କୋମଳ ହାତରେ ମୋର, 

ପିନ୍ଧାନାହିଁ ସେହି ଫାଶୀ ଦଉଡ଼ିଲୋ

ବେକରେ ମୋ ସୁନା ହାର ।


କାନରେ କୁଣ୍ଡଳେ ପିନ୍ଧାନା ମକର 

ନାକରେ ମୋ ନାକଫୁଲ, 

ବାପଘର ଖେଳ ସରିଯିବ ମୋର 

କରିବ କେ ଆଉ ଗେଲ। 


ମଥାପରେ ମଥାମଣି ତୁ ସଜାନା 

ପିନ୍ଧାନା ଗଜରା ହାର, 

ବାପା ବୋଉ କୋଳ ସାଙ୍ଗ ସାଥି ମେଳ 

ଛାଡିବାକୁ ଲାଗେ ଡର ।


ପକାନା ଲୋ ସଖି ସେ ନାଲି ଓଢ଼ଣୀ

ଦେଖି ପାରିବିନି କିଛି,

ପରଦା ଭିତରେ କେମିତି ରହିବି

ଅଟେ ମୁଁ ଯେ ନିରିମାଖି।


ଦରକାର ନାହିଁ ସ୍ବାମୀ ପ୍ରେମ ମୋର

ପ୍ରଥମେ ଦେଖେଇ ହେବେ,

ନୂଆ ନୂଆ ପ୍ରେମ ମିଠା ଲାଗେ ସିନା

ପଛେ ନର୍କେ ଠେଲି ଦେବେ।


ଆଖିରେ ଦେଖୁଛି କାନରେ ଶୁଣୁଛି 

ସମାଜର ରୀତି ନୀତି, 

ଯୌତୁକଜନିତ ବଧୂ ହତ୍ୟା ନୀତି 

ମନେ ମୋ ଅଜଣା ଭୀତି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract