STORYMIRROR

Anuja Behera

Abstract Inspirational

4  

Anuja Behera

Abstract Inspirational

ଅଜବ ଏ ମଣିଷପଣିଆ

ଅଜବ ଏ ମଣିଷପଣିଆ

1 min
332


ମୁଷା ଯଦି ପଥରର ହୋଇଥାଏ

ତେବେ ତାକୁ ସମସ୍ତେ ନମ ଗଣେଶ ବାହନ କହି ପୁଜା କରନ୍ତି

ଆଉ ଯଦି ବାସ୍ତବରେ ଆସିଯାଏ

ତେବେ ତାକୁ ଖୋଜି ଖୋଜି ମାରିଦଅନ୍ତି


ସାପ ଯଦି ପିତଳର ହୁଏ ତ ତାକୁ ପୁଣି 

ନମ ଶିବାୟ କହି 

ମୁଣ୍ଡିଆ ମାରନ୍ତି

ଆଉ ଯଦି 

ବାସ୍ତବରେ ଆସିଯାଏ

ତେବେ ମାର ମାର କହି ମାରି ଦିଅନ୍ତି


ବାପାମାଆ ଯଦି ଫୋଟରେ ଥାଏ 

ତେବେ ତାଙ୍କୁ ଫୁଲମାଳରେ ଭରି ଦିଅନ୍ତି

ଆଉ ଯଦି ବାସ୍ତବରେ ଥାଏ

ତେବେ କର୍ତ୍ତବ୍ଯ ଭୁଲିଯାଆନ୍ତି


ବଡ ଅଜବ ଏ ବିଚାର

ଜୀବନ୍ତଙ୍କ ସହ ଏତେ ଘ୍ରୁଣା

ଆଉ ପଥରଙ୍କ ସହ ଏତେ ଭକ୍ତି ଓ ଭଲପାଇବା ll


Rate this content
Log in

Similar oriya poem from Abstract