ଅଜାଗା ଘା'
ଅଜାଗା ଘା'
ଅଜାଗା ଘା'
ଭୋକ ର ଜ୍ୱାଳାରେ
ଭୁଲିଗଲ ଦିନେ
ଗାଁ ଦାଣ୍ଡ ଭିଟାମାଟି,
ଯେବେ ଭୋକ ନ ମରିଲା
କଷଣ ବଢିଲା
କିମ୍ପା ହୁଅ ଛାଟିପିଟି !
ମାଟିର ବାସ୍ନା ରେ
ମାଆ ର ମହକ
ହେଜି ନ ପାରିଲ ମନେ,
ଦୂର ଦେଶେ ରହି
କାନ୍ଦିଲେ କି ହେବ
କର୍ମ ନ କରି ଯତନେ !
ଗାଁ ମାଟିରେ ସମ୍ମାନ
ମିଳିବନି ଭାବି
ଚାଷ ବାସ ଛାଡିଦେଲ,
ବିଦେଶ କୁ ଯାଇ ନିଜ
ଦୁଇ କୋଟି ର ମୁଣ୍ଡକୁ
ଦୁଇ ଟଙ୍କା ରେ ବିକ୍ରୟ କଲ,
ମାଆ କାନ୍ଦେ ଏଠି
ବାହୁନି ବାହୁନି
ପଣତେ ମୁହଁ ଲୁଚାଇ,
ତୁମେ କାନ୍ଦୁଥାଅ ନିଜ
ଅଜାଗା ଘା'କୁ ନ ପାରି
କାହାକୁ ଦେଖାଇ l
