STORYMIRROR

PURUSOTTAM NAYAK

Abstract

2  

PURUSOTTAM NAYAK

Abstract

ଅହଂକାର

ଅହଂକାର

1 min
352

ଚକବୁଲି ଯିବ,ଅଖ ମେଲି ଯିବ

       ହୁଗୁଳା ମାଢିରେ ଦାନ୍ତ

ପାକୁଆ ପାଟିକୁ ପବନ ନିଅଣ୍ଟ

       ଶରୀର ହୋଇବ କ୍ଲାନ୍ତ


ଧନ ଯଉବନ, ଅଳଙ୍କାର ପଦ

     ଛଞ୍ଚାଣ ଯିବ ଯେ ନେଇ

ମାନ ସିଂହାସନ, ବନ୍ଧୁ ପରିଜନ

     ନିଜ ସ୍ଥାନେ ଥିବେ ରହି


କପଟ,ଇର୍ଷାରେ ମାରିଛୁ ହଜାରେ

       ଜୀବ ହୁଏ ଛଟପଟ

ରଙ୍ଗ ମହଲରେ,ସତୀତ୍ଵ କିଣିଛୁ

    ପୁରିନି ଯାହାର ପେଟ


ବିରାଡ଼ି ହୋଇତୁ ବାଘବେଶେ ପୁଣି

  ଜୀବନ କେତେ ତୁ ନେଇଛୁ

ସରଳ ସାଧୁତା ଉପରେ ଯେ,ସଦା

   ଚାବୁକ୍ ର, ଛାଟ ଦେଇଛୁ


ସମର୍ପଣ ନାହିଁ ସଂସ୍କାର ବି କାହୁଁ

    ପାଇବ ତୋ ଠାରୁ ଜଗତ

ଅନ୍ୟ କୁ ନଜାଣି ନିଜକୁ ବଖାଣି

    କରୁ ସମାଜର କି, ହିତ


ଧନ ବଳେ ଭାଇ ସଭାକୁ କିଣୁଛ

  ସାମୟିକ ପାଇଁ, ସେ ମନ

ଚିତ୍ରଗୁପ୍ତ ବସି ପାଞ୍ଜିବି ଲେଖୁଛି

   ନର୍କରେ ଯେ, ମିଳିବ ସ୍ଥାନ


ନିଜେ କୁହ ଯେତେ,ଅନ୍ୟକୁ ବି ଶୁଣ

       ପିଣ୍ଡ ଶୁଦ୍ଧ ତୁମେ କର

ଅରଣା ମଇଁଷି,ଚାଲିଯିବ ପୁଣି

    ଛାଡ ନିଜ ଅହଂକାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract