ଅହଂକାର
ଅହଂକାର
ସତ ନ ପାରଇ ଦେଖି
ପିନ୍ଧିଲେ ଭ୍ରମ ର ଏହି ଅଳଙ୍କାର
ତୁଚ୍ଛ ତା ରୂପ ଆକୃତି
ମିଛ ତା ମାୟା ସଂସାର
ଅହଂକାର ଗ୍ରାସ କରିଲା
ରାବଣ ର ରାଜପାଠ
ଅହଂକାର ପଥେ ଚାଲଇ ଯିଏ
ଜଟିଳ ହୁଏ ତା ବାଟ
ଅହଂକାରେ ଲୋକେ ମାତିଲେ
ଭ୍ରଷ୍ଟ ହୁଅଇ ଚରିତ୍ର
ଶତ୍ରୁ ବଢ଼ିଥାନ୍ତି ଜଗତେ
କମି-କମି ଯାନ୍ତି ମିତ୍ର
ଆଖିରେ ପିନ୍ଧାଏ ଝାପ୍ସା ଚଷମା
ମନ ରେ ଆଣେ ହୀନ ଭାବ
ନିଜେ ହୋଇଯାନ୍ତି ହୀନିମାନ ଦିନେ
ଏ ତ ଅହଂକାର ର ପ୍ରଭାବ
ମଣିଷ ଜୀବନେ ଆଦର ସ୍ନେହ ର
ପସରା ଯିଏ ପସାରେ
ଗର୍ବ-ଗୌରବ, ଯଶ-ଶାନ୍ତି ଆଦି
ମିଳେ ତାକୁ ଏ ସଂସାରେ
