ଅହଙ୍କାର କାହିଁକି
ଅହଙ୍କାର କାହିଁକି
ରୂପ ଯୌବନର ଉତ୍ତଳା ଢେଉରେ
ଉନ୍ମତ ମଣିଷ ଆଜି
କେମିତି ବୁଝିବ ରୂପ ନୁହେଁ ସ୍ଥାୟୀ
ଆଜି ଅଛି କାଲି ନାହିଁ ।
ଆଜି ସିନା ରୂପର ଅହଂକାରରେ
ସୀମା ଲଙ୍ଘି
ଉନ୍ମତ ହେଉଛ__
ହେଲେ ମନେରଖ ବନ୍ଧୁ
ଯେଉଁମାନେ କେବଳ
ତୁମ ରୂପର ପୂଜାରୀ
ତୁମ ରୂପରେ ବୟସର ଦାଗ
ଲାଗିବା ପରେ
ସେମାନେ ନ ଥିବେ
ତୁମେ ଏକା ହୋଇ ଯାଇଥିବ
ହେଲେ
ନିଜକୁ ଖୋଜି ପାଉ ନ ଥିବ
ତେଣୁ
ହେ ମୋର ବନ୍ଧୁ ପ୍ରବର
ଚାଲନ୍ତୁ ନା ଇଶ୍ଵର ଦତ୍ତ ରୂପ ସଙ୍ଗେ
ମାନବିକତାର ସ୍ପର୍ଶ ଦେଇ
ଜୀବନ୍ତ କରିବା ଜୀବନ କୁ
ଯେଉଁଠି ରୂପ --
ଗୁଣର ବୈଭବ ନେଇ
ଜୀବନକୁ ମହକାଉ ଥିବ ।
କାହାକୁ ନେଇ ଗର୍ବ ଆଉ
ଅହଙ୍କାର ବନ୍ଧୁ
ସୁନ୍ଦର ଅଟ୍ଟାଳିକା ଆଉ
ଅୟସ ଆରାମ !!!
ସବୁ କିଛି ପରିବର୍ତ୍ତନଶୀଳ
କାଲି ନଥିଲା- ଆଜି ଅଛି
ଆଉ
ଭବିଷ୍ୟତ ଇଶ୍ଵରଙ୍କୁ ଜଣା ।
ଜୀବନକୁ ତିଳ ତିଳ କରି
ଅର୍ଜି ଥିବା ଧନ
ଘର ସାମ୍ନାରେ ଦାମୀ ଗାଡି
ଘର ଭର୍ତ୍ତି ଦାମୀ ଦାମୀ ଉପକରଣରେ ଭର୍ତ୍ତି
ହେଲେ
ନିଜକୁ ପଚ
ାର --
ତୁମେ କଣ ନିଶ୍ଚିନ୍ତ ନିଦକୁ
ଆପଣାର କରି ପାରିଛ ?
ଚୁପଚାପ୍ ନିଶୂନ ସମୟ ସଙ୍ଗେ
ଥରେ ହାତ ମିଳାଇ
ନିଜକୁ ଖୋଜି ଦେଖତ
ତୁମ ଅହଙ୍କାରର ପ୍ରତ୍ୟେକଟି
ଆଧାରକୁ __
ସତରେ ସେମାନେ ହିଁ କଣ
ତୁମ ପରିଚୟ ??
ଯଦି ନିଜକୁ ଖୋଜି ପାଉନ
ଯଦି ତୁମ ଅସଲ ପରିଚୟର
ସନ୍ଧାନ ପାଉନ
ତେବେ ଥରେ
ବୁଲି ଆସ ଡାକ୍ତରଖାନାର
ଆର୍ତ୍ତ ଚିତ୍କାର ମାନଙ୍କ ପାଖ ଦେଇ
ଶ୍ମଶାନ ପର୍ଯ୍ୟନ୍ତ -
ତାହେଲେ ବୁଝିବ କେତେ
ଅସହାୟ ତୁମେ
ଆଉ କେତେ ଏକଲା ମଣିଷ ଟିଏ ।
ତା ହେଲେ ଏତେ ଝାମେଲା
ଏତେ ଅହଙ୍କାର କଣ ପାଇଁ ?
ନିଜକୁ ନିଜେ ଗୋଟେଇ ନିଅ
ତୁମ ପାଖରେ ଘଟୁ ଥିବା ଘଟଣା ମାନଙ୍କର ଜୁଆର ଭିତରୁ ।
ଜୀବନକୁ ଜନମର ଅସଲ ଲକ୍ଷ୍ୟର
ଉପଲବ୍ଧି କରାଇ ଦେଖ
କାରଣ ତୁମେ ଇଶ୍ୱରଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି ।
ସବୁ ଭିତରେ ଅହଙ୍କାରକୁ
ପଛରେ ପକାଇ
ତୁମର ମଣିଷ ଜନ୍ମର ସାର୍ଥକତାର
ମନ୍ତ୍ରଟିକୁ ମନେ ପକାଅ
ଯାହା ତୁମକୁ ଅଳୀକ ମୋହରୁ ନେଇ
ଶାଶ୍ଵତ ଶାନ୍ତି କୁଟୀରରେ
ପହଞ୍ଚାଇ ଦେବ ।