STORYMIRROR

Prafulla Kumar Tripathy

Abstract

2  

Prafulla Kumar Tripathy

Abstract

ଅହଲ୍ୟା

ଅହଲ୍ୟା

1 min
242

ପଥର ଚାଖଣ୍ଡେ ଥିଲ

ଅହଲ୍ୟା ପାଶାଣ ହୋଇ

ତମେ ବିଂଚି ଦେଇଗଲ

ବଂଚିବାର ବିଶ୍ବାସ ନେଇ

ସେହି ଦିନଠୁ ମୁଁ ଅଥୟ

ଭେଟିବାକୁ ତୁମକୁ

ଜୀବନକୁ ଭେଟିବା ପରି

ନିଶ୍ବାସ ଓ ପ୍ରଶ୍ବାସ

ତୁମେ ଦୂରରେ ଅଛ

ଜାଣିଲା ପରେବି

ଇଛ୍ଥା ହେଉଥାଏ

ପାଇବାକୁ ନିଜସ୍ବ ରୂଚିରେ

ଧୂସର ଏଦେହରେ

ଛାଇମିଶା ଗୋଧୂଳିର ସମୟ

ଏ ବୟସରେ ଡେଣା କାଢି

ସବୁ କହେ ନା‐‐ନା

ଏ ସବୁ ଲୋଡିବା ମନା

ହେଲେ ଏମନ ମାନିଲେ ସିନା

ପ୍ରତାରିତ ଏ ପୃୃୃୃୃୃୃୃୃୃଥିବୀ

ସମୟ ବି ଆଗଭର

ଇଛ୍ଥା ତଥାପି ଅଥଳ ସାଗର

ତମକୁ ପାଇବାର ଲୋଭ

ଏ ରୁଗୁଣ ଛାତି ତଳେ ବଂଚିଥାଏ

ଅନ୍ତରଂଗ ମୁଁ ସଂପୂର୍ଣ୍ଣ

ସଂପର୍କରେ ସ୍ବୟପୂର୍ଣ୍ଣ

ଏ ପୃୃୃୃୃୃୃୃୃୃୃୃଥିବୀ ଝଲସି ଉଠୁଛି ଦେଖ

ଚଉପାଶେ ଖାଲି ମୋର

ସ୍ବର୍ଣ୍ଣ ବିରାଗ ପୂର୍ଣ୍ଣ ତମ

ସେ ସ୍ଥିତି ତୁମ ଭିନ୍ନ

ତୁମେ ଆଉ କାହାର

ଅହଲ୍ୟା ନୁହଁତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract