ଅହଲ୍ୟା
ଅହଲ୍ୟା
ପଥର ଚାଖଣ୍ଡେ ଥିଲ
ଅହଲ୍ୟା ପାଶାଣ ହୋଇ
ତମେ ବିଂଚି ଦେଇଗଲ
ବଂଚିବାର ବିଶ୍ବାସ ନେଇ
ସେହି ଦିନଠୁ ମୁଁ ଅଥୟ
ଭେଟିବାକୁ ତୁମକୁ
ଜୀବନକୁ ଭେଟିବା ପରି
ନିଶ୍ବାସ ଓ ପ୍ରଶ୍ବାସ
ତୁମେ ଦୂରରେ ଅଛ
ଜାଣିଲା ପରେବି
ଇଛ୍ଥା ହେଉଥାଏ
ପାଇବାକୁ ନିଜସ୍ବ ରୂଚିରେ
ଧୂସର ଏଦେହରେ
ଛାଇମିଶା ଗୋଧୂଳିର ସମୟ
ଏ ବୟସରେ ଡେଣା କାଢି
ସବୁ କହେ ନା‐‐ନା
ଏ ସବୁ ଲୋଡିବା ମନା
ହେଲେ ଏମନ ମାନିଲେ ସିନା
ପ୍ରତାରିତ ଏ ପୃୃୃୃୃୃୃୃୃୃଥିବୀ
ସମୟ ବି ଆଗଭର
ଇଛ୍ଥା ତଥାପି ଅଥଳ ସାଗର
ତମକୁ ପାଇବାର ଲୋଭ
ଏ ରୁଗୁଣ ଛାତି ତଳେ ବଂଚିଥାଏ
ଅନ୍ତରଂଗ ମୁଁ ସଂପୂର୍ଣ୍ଣ
ସଂପର୍କରେ ସ୍ବୟପୂର୍ଣ୍ଣ
ଏ ପୃୃୃୃୃୃୃୃୃୃୃୃଥିବୀ ଝଲସି ଉଠୁଛି ଦେଖ
ଚଉପାଶେ ଖାଲି ମୋର
ସ୍ବର୍ଣ୍ଣ ବିରାଗ ପୂର୍ଣ୍ଣ ତମ
ସେ ସ୍ଥିତି ତୁମ ଭିନ୍ନ
ତୁମେ ଆଉ କାହାର
ଅହଲ୍ୟା ନୁହଁତ
