STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ଅହଲ୍ୟା ଉଦ୍ଧାର

ଅହଲ୍ୟା ଉଦ୍ଧାର

2 mins
356


ଶ୍ରୀରାମ ଲକ୍ଷ୍ମଣ ରୁଷି ଆଶ୍ରମର ଯାଗ ରକ୍ଷା ବାର୍ତ୍ତା ସଧୀରେ

ପାଇଲେ ଅଯୋଧ୍ୟା ନରେଶ କରନ୍ତି ଆନନ୍ଦେ ଉତ୍ସବ ରାଜ୍ୟରେ

ବାଳୁତ, କୁମର ବଧିଲେ ରାକ୍ଷସ,

ଚକିତ ହୁଅନ୍ତି ସରବେ ଶୁଣିଣ କୁମାର ମାନଙ୍କ ବିରତ୍ଵ ।


ତାଡକା ଅସୁରୀ ମହା ଭୟଙ୍କରୀ ତାର ଅନେକ ସହଚର 

ସମସ୍ତେ ଦୁର୍ଦାନ୍ତ ବଡ ବଳବନ୍ତ ନାହିଁ ଦୟା ମାୟା ତାହାର

ଗର୍ଜନ, କରେ ଯେହ୍ନେ ମେଘ ଗର୍ଜଇ,

ଭୟଙ୍କର ରଡି ଶୁଣିଣ ବାସୁକି ପାତଳ ପୁରରେ ଥରଇ ।


ମୋ ରାମ ଲଇକ୍ଷଣ କଅଁଳ କଳିକା ରକ୍ଷା କରିଛନ୍ତି ବିଧାତା

କରି ଆରାଧନା ପୁଜା ଅରଚନା ଦଶରଥ ହୋଇ କରତା

ମଙ୍ଗଳ, ମନାସନ୍ତି “ପୁତ୍ର କଲ୍ୟାଣ”,

ସର୍ବଶୁଭେ ଫେରି ଆସନ୍ତୁ ଆଶ୍ରମୁ ମୋର ପୁତ୍ର ରାମ ଲକ୍ଷ୍ମଣ ।


ତହୁଁ କିଛି କାଳ ଅବସ୍ଥାନେ ରୁଷି ଆଶ୍ରମେ ଅନେକ ବିଦ୍ୟାକୁ 

ଆୟତ କରିଲେ ଦୁଇ ବୀର ମଣୀ ଲଭି ରୁଷି ଆଶୀର୍ବାଦ କୁ 

ସୁଦିନ, ଉପଗତ ଆସି ହୋଇଲା,

ପଥରେ ପଥର ଅହଲ୍ୟାର ଭାଗ୍ୟ ସୂର୍ଯ୍ୟ ଅବା ଆଜି ଉଇଁଲା ।


ପ୍ରଭାତ ଅରୁଣ ଶୀତ ସମୀରଣ ସୁନୀଳ ବନାନୀ କୋଳରେ

ସାତ ରଙ୍ଗ ରଙ୍ଗ ସୁରୂଯ ବୁଣଇ ବିହଙ୍ଗମ କୁଜ ନାଦରେ

ହସଇ, ପ୍ରକୃତି ଆହା କି ବିଭୋରେ,

ରୁଷି ଆଜ୍ଞାଦେଲେ ଆସ ରାମ ଯିବା ଆମେ ହେ ମିଥିଳା ନଗରେ ।


ଜନକ ଦୁହିତା ମୌଥିଳୀ ର ପରା ହେଉଅଛଇ ସ୍ଵୟମ୍ଵର

ଦେଖିବାକୁ ଯିବା ଚାଲ ରାମଚନ୍ଦ୍ର କହିଣ ହୋଇଲେ ବାହାର

ଚାଲନ୍ତି,ବନ ପଥେ ରାମ ଲକ୍ଷ୍ମଣ,

ଅପୂର୍ବ ଶିଳାଏ ପଥେ ଦେଖି ପୁଛା କରୁଅଛନ୍ତି ରଘୁରାଣ ।


ରୁଷି କହିବାର ମୁହୂର୍ତ୍ତେ ପୂର୍ବରୁ ପାଦେ ଦେଲେ ତାକୁ ଗଡାଇ

ପଥର ସହସା ନାରୀ ହୋଇଯାଇ ଶ୍ରୀରାମଙ୍କ ପଦ ବନ୍ଦଇ

କହଇ,ସତ୍ୟ ଯୁଗରୁ ମୁଁ ଗୌତମ,

ରୁଷି ଅଭିଶାପେ ପଡିଥିଲି ଚାହିଁ ପ୍ରଭୁହେ ତୁମରି ଚରଣ ।


ଗଉତମ ନାରୀ ଅହଲ୍ୟା ସୁନ୍ଦରୀ ରୂପରେ ମୁଗ୍ଧ ପୁରନ୍ଦର

କପଟେ ହରଣ କରିଲେ ଦେବୀଙ୍କୁ ଧ୍ୟାନେ ଜାଣିଲେ ମୁନିବର

କ୍ରୋଧରେ, ଦେଲେ ଅଭିଶାପ ଆମ୍ଭଙ୍କୁ

ପଥର ହୋଇଣ ପଡି ରହିଥିଲି ଚାହିଁଣ ତୁମରି ବାଟକୁ ।


ତବ ଶ୍ରୀଚରଣ ସ୍ପର୍ଶେ ନାରାୟଣ ଆଜି ମୁଁ ମୁକତି ଲଭିଲି

ତବ ଦରଶନ କରିଣ ପ୍ରତ୍ୟକ୍ଷେ‌ ମୁଁ ସ୍ଵର୍ଗପଥେ ଯିବି ଚଳି

ବୋଲନ୍ତି,ଚାହିଁଣ ଅହଲ୍ୟା ମୁଖକୁ,

ସତୀ ଶିରୋମଣୀ ଦେବୀ ତୁମ ନାମ ରହି ଥାଉ କାଳକାଳକୁ ।


ଅହଲ୍ୟା ଉଧାର କରି ରଘୁବୀର ଗଙ୍ଗା କୂଳେ ହେଲେ ପ୍ରବେଶ

ଗଙ୍ଗା ପାରିହୋଇ ମିଥିଳା କୁ ଯିବେ ଗଙ୍ଗା ଦେଖି ହେଲା ହରଷ

ଶ୍ରୀରାମ,ଅଟନ୍ତି ସ୍ଵଂୟ ନାରାୟଣ,  

ହୋଇବି ପବିତ୍ର ଲଭିବି ପ୍ରତ୍ୟକ୍ଷ ମୋ ବକ୍ଷେ କରିବେ ଗମନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics