ଅହଲ୍ୟା ଉଦ୍ଧାର
ଅହଲ୍ୟା ଉଦ୍ଧାର
ଶ୍ରୀରାମ ଲକ୍ଷ୍ମଣ ରୁଷି ଆଶ୍ରମର ଯାଗ ରକ୍ଷା ବାର୍ତ୍ତା ସଧୀରେ
ପାଇଲେ ଅଯୋଧ୍ୟା ନରେଶ କରନ୍ତି ଆନନ୍ଦେ ଉତ୍ସବ ରାଜ୍ୟରେ
ବାଳୁତ, କୁମର ବଧିଲେ ରାକ୍ଷସ,
ଚକିତ ହୁଅନ୍ତି ସରବେ ଶୁଣିଣ କୁମାର ମାନଙ୍କ ବିରତ୍ଵ ।
ତାଡକା ଅସୁରୀ ମହା ଭୟଙ୍କରୀ ତାର ଅନେକ ସହଚର
ସମସ୍ତେ ଦୁର୍ଦାନ୍ତ ବଡ ବଳବନ୍ତ ନାହିଁ ଦୟା ମାୟା ତାହାର
ଗର୍ଜନ, କରେ ଯେହ୍ନେ ମେଘ ଗର୍ଜଇ,
ଭୟଙ୍କର ରଡି ଶୁଣିଣ ବାସୁକି ପାତଳ ପୁରରେ ଥରଇ ।
ମୋ ରାମ ଲଇକ୍ଷଣ କଅଁଳ କଳିକା ରକ୍ଷା କରିଛନ୍ତି ବିଧାତା
କରି ଆରାଧନା ପୁଜା ଅରଚନା ଦଶରଥ ହୋଇ କରତା
ମଙ୍ଗଳ, ମନାସନ୍ତି “ପୁତ୍ର କଲ୍ୟାଣ”,
ସର୍ବଶୁଭେ ଫେରି ଆସନ୍ତୁ ଆଶ୍ରମୁ ମୋର ପୁତ୍ର ରାମ ଲକ୍ଷ୍ମଣ ।
ତହୁଁ କିଛି କାଳ ଅବସ୍ଥାନେ ରୁଷି ଆଶ୍ରମେ ଅନେକ ବିଦ୍ୟାକୁ
ଆୟତ କରିଲେ ଦୁଇ ବୀର ମଣୀ ଲଭି ରୁଷି ଆଶୀର୍ବାଦ କୁ
ସୁଦିନ, ଉପଗତ ଆସି ହୋଇଲା,
ପଥରେ ପଥର ଅହଲ୍ୟାର ଭାଗ୍ୟ ସୂର୍ଯ୍ୟ ଅବା ଆଜି ଉଇଁଲା ।
ପ୍ରଭାତ ଅରୁଣ ଶୀତ ସମୀରଣ ସୁନୀଳ ବନାନୀ କୋଳରେ
ସାତ ରଙ୍ଗ ରଙ୍ଗ ସୁରୂଯ ବୁଣଇ ବିହଙ୍ଗମ କୁଜ ନାଦରେ
ହସଇ, ପ୍ରକୃତି ଆହା କି ବିଭୋରେ,
ରୁଷି ଆଜ୍ଞାଦେଲେ ଆସ ରାମ ଯିବା ଆମେ ହେ ମିଥିଳା ନଗରେ ।
ଜନକ ଦୁହିତା ମୌଥିଳୀ ର ପରା ହେଉଅଛଇ ସ୍ଵୟମ୍ଵର
ଦେଖିବାକୁ ଯିବା ଚାଲ ରାମଚନ୍ଦ୍ର କହିଣ ହୋଇଲେ ବାହାର
ଚାଲନ୍ତି,ବନ ପଥେ ରାମ ଲକ୍ଷ୍ମଣ,
ଅପୂର୍ବ ଶିଳାଏ ପଥେ ଦେଖି ପୁଛା କରୁଅଛନ୍ତି ରଘୁରାଣ ।
ରୁଷି କହିବାର ମୁହୂର୍ତ୍ତେ ପୂର୍ବରୁ ପାଦେ ଦେଲେ ତାକୁ ଗଡାଇ
ପଥର ସହସା ନାରୀ ହୋଇଯାଇ ଶ୍ରୀରାମଙ୍କ ପଦ ବନ୍ଦଇ
କହଇ,ସତ୍ୟ ଯୁଗରୁ ମୁଁ ଗୌତମ,
ରୁଷି ଅଭିଶାପେ ପଡିଥିଲି ଚାହିଁ ପ୍ରଭୁହେ ତୁମରି ଚରଣ ।
ଗଉତମ ନାରୀ ଅହଲ୍ୟା ସୁନ୍ଦରୀ ରୂପରେ ମୁଗ୍ଧ ପୁରନ୍ଦର
କପଟେ ହରଣ କରିଲେ ଦେବୀଙ୍କୁ ଧ୍ୟାନେ ଜାଣିଲେ ମୁନିବର
କ୍ରୋଧରେ, ଦେଲେ ଅଭିଶାପ ଆମ୍ଭଙ୍କୁ
ପଥର ହୋଇଣ ପଡି ରହିଥିଲି ଚାହିଁଣ ତୁମରି ବାଟକୁ ।
ତବ ଶ୍ରୀଚରଣ ସ୍ପର୍ଶେ ନାରାୟଣ ଆଜି ମୁଁ ମୁକତି ଲଭିଲି
ତବ ଦରଶନ କରିଣ ପ୍ରତ୍ୟକ୍ଷେ ମୁଁ ସ୍ଵର୍ଗପଥେ ଯିବି ଚଳି
ବୋଲନ୍ତି,ଚାହିଁଣ ଅହଲ୍ୟା ମୁଖକୁ,
ସତୀ ଶିରୋମଣୀ ଦେବୀ ତୁମ ନାମ ରହି ଥାଉ କାଳକାଳକୁ ।
ଅହଲ୍ୟା ଉଧାର କରି ରଘୁବୀର ଗଙ୍ଗା କୂଳେ ହେଲେ ପ୍ରବେଶ
ଗଙ୍ଗା ପାରିହୋଇ ମିଥିଳା କୁ ଯିବେ ଗଙ୍ଗା ଦେଖି ହେଲା ହରଷ
ଶ୍ରୀରାମ,ଅଟନ୍ତି ସ୍ଵଂୟ ନାରାୟଣ,
ହୋଇବି ପବିତ୍ର ଲଭିବି ପ୍ରତ୍ୟକ୍ଷ ମୋ ବକ୍ଷେ କରିବେ ଗମନ ।।
