STORYMIRROR

Pratima Satpathy

Classics

4  

Pratima Satpathy

Classics

ଅହିଂସା ପୂଜାରୀ ବାପୁ

ଅହିଂସା ପୂଜାରୀ ବାପୁ

1 min
5


ଭାରତ ମାତାର ସୁଯୋଗ୍ୟ ସନ୍ତାନ

     ଗୁଜୁରାଟେ ଜନ୍ମିଥିଲ

ମାଆର ପାଦରୁ ଶୃଙ୍ଖଳ ଖୋଲିଲ

     ଆଖିରୁ ଲୁହ ପୋଛିଲ।

ବନ୍ଦିନୀ ହୋଇଣ ଭାରତ ମାଆ ମୋ

     ଦୁଃଖେ କାଟୁଥିଲା ଦିନ

ଅହିଂସାର ବ୍ରତ ଆଚରଣ କରି

    ତାହାକୁ କଲ ସ୍ଵାଧୀନ।

ଅକ୍ଟୋବର ଦୁଇ ତୁମ ଜନ୍ମ ଦିନେ 

   ଦେଉଛନ୍ତି ଶ୍ରଦ୍ଧାଞ୍ଜଳି

ତୁମ ସ୍ଵପ୍ନ ରାମରାଜ୍ୟର ଗଠନ

    ଯାଇଛନ୍ତି ସର୍ବେ ଭୂଲି।

ଅହିଂସା ମନ୍ତ୍ର ଯେ ସ୍ୱପନ ହେଲାଣି

     ବନ୍ଧୁକ ଗୁଳିର ଖେଳ 

ମଦ, ଜୁଆ, ନାରୀ ଧର୍ଷଣ ବଢିଛି

    ସ୍ତବ୍ଧ ଆଜି ଭୁମଣ୍ଡଳ।

କାଟି ପିନ୍ଧ କୁଟି ଖାଅ କଥା ଏବେ

    ହେଲାଣି ସାତ ସପନ

ରାମରାଜ୍ୟ ଆଜି ରାବଣର ରାଜ୍ୟ

     ହୁଅନ୍ତି ସୀତା ହରଣ।

ସ୍ୱାଧୀନତା ଆନ୍ଦୋଳନରେ ଜେଲ୍ ରେ 

     କେତେ କଷ୍ଟ ପାଇଥିଲ

ସୁପ୍ତ ଜନତାକୁ ଜାଗରଣ କରି

     ଏକଜୁଟ କରିଥିଲ ।

ଲବଣ ସତ୍ୟାଗ୍ରହ ଓ ଦାଣ୍ଡି ଯାତ୍ରା

    ଆମରଣ ଅନଶନ।

ତ୍ୟାଗ ବଳିଦାନ ଦେଇ ଦେଶ ପାଇଁ

    କରିଲ ତୁମେ ସ୍ଵାଧୀନ।

ସଦ୍ୟ ସ୍ଵାଧୀନତା ପ୍ରାପ୍ତ ପରେ ହେଲା

    ପ୍ରାର୍ଥନା ସଭାରେ ଗୁଳି

ହା ରାମ କହିଣ ପ୍ରିୟ ବାପୁଜୀ ହେ 

    ସେଠାରେ ପଡିଲ ଟଳି।

ବିକାଶର ନାମେ ବିନାଶ ଚାଲିଛି

    ଦେଖିଯାଅ ଆସି ଥରେ

ଅଧୁରା କାମକୁ ପୂରଣ କରିବ

    ଜନ୍ମ ନିଅ ଭାରତରେ।


Rate this content
Log in

Similar oriya poem from Classics