ଅଗ୍ନି ଉତ୍ସବ
ଅଗ୍ନି ଉତ୍ସବ
ମାଘ ପୁନେଇଁରେ ମାଘ ପୁନେଇଁ
ଅଗ୍ନି ଉତ୍ସବକୁ ଆସିଲୁ ନେଇ
ଗାଁ ହେଉ ଅବା ହେଉ ସହର
ଉତ୍ସବ ପାଳିବା ହୋଇ ଆଦର ।
ଗାଁ ସହରର ଆରମ୍ଭ ମୁଣ୍ଡ
ସେଠି ନଡ଼ା ନେଇ କରିବା ରୁଣ୍ଡ
ରୁଣ୍ତ ହୋଇଥାଏ ଦେଉଳ ଭଳି
ଅଗ୍ନି ଉତ୍ସବକୁ ପାଳୁ ଯେ ମିଳି ।
ବ୍ରାହ୍ମଣ ଆସଇ ପୂଜା କରଇ
ଭୋଗ ଅଗିରେ ତ ସମର୍ପେ ସେହି
ଅଗ୍ନି ବିଡ଼ା ଧରି ସିଏ ବୁଲଇ
ଘଣ୍ଟ ନାଦେ ସେଠି କମ୍ପି ଉଠଇ ।
ବୁଲି ସାରି ସିଏ ଅଗ୍ନି ଗଦାରେ
ଅଗ୍ନି ସଂଯୋଗଇ ଭକତି ଭରେ
ଅଗ୍ନିକୁ ସଭିଏଁ କରୁ ଜୁହାର
ମାଗୁ ରୋଗ ଶୋକ କରହେ ଦୂର ।
ଅଗ୍ନିକୁ ସର୍ମପେ ପରିବା କିଏ
ନାରିକେଳ କିଏ ପକାଇ ଦିଏ
ଅଗ୍ନି ଯେଉଁ ଦିଗେ ମୋଡ଼ ଦିଅଇ
ଭଲ ଶସ୍ୟ ହେବ କିଏ କୁହଇ ।
ଅଗ୍ନି ଶେଷଯାଏଁ ଲୋକ ରୁହନ୍ତି
ପରିବା ନଡ଼ିଆ ଖୋଜି ନିଅନ୍ତି
ଅଗ୍ନି ପୋଡ଼ା ଭୋଗ ବାଣ୍ଟିକି ଖାଉ
ଅଗ୍ନି ପାଉଁଶକୁ ଘରେ ପକାଉ ।
କିମଦନ୍ତୀ କହେ ବଢ଼େ ସମ୍ପଦ
ଘରକୁ ପଡ଼େନି କିଛି ବିପଦ
ବଢ଼ି ସକାଳରୁ କୁମାରୀମାନେ
ପହଞ୍ଚନ୍ତି ସ୍ନାନ କରି ସେମାନେ ।
ଅଗ୍ନି ସ୍ଥାନୁ ସଫା ପାଉଁଶ କରି
ଭୋଗ ଲଗାଇ ସେ ଆସନ୍ତି ଫେରି
ମାଘ ଗଲା ସରି ହେଲା ଫଗୁଣ
ମାଘ ଅନ୍ତେ ଶୀତ ହେଲା ବିଲୀନ
ଦିନୁ ଦିନ ଖରା ହୋଇବ ଟାଣ
ଦୋଳେ ରାଧାକୃଷ୍ଣ ହେବ ମିଳନ ।
