STORYMIRROR

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

ଅଗ୍ନି ଉତ୍ସବ

ଅଗ୍ନି ଉତ୍ସବ

1 min
405


ମାଘ ପୁନେଇଁରେ ମାଘ ପୁନେଇଁ

ଅଗ୍ନି ଉତ୍ସବକୁ ଆସିଲୁ ନେଇ

ଗାଁ ହେଉ ଅବା ହେଉ ସହର

ଉତ୍ସବ ପାଳିବା ହୋଇ ଆଦର ।

ଗାଁ ସହରର ଆରମ୍ଭ ମୁଣ୍ଡ

ସେଠି ନଡ଼ା ନେଇ କରିବା ରୁଣ୍ଡ

ରୁଣ୍ତ ହୋଇଥାଏ ଦେଉଳ ଭଳି

ଅଗ୍ନି ଉତ୍ସବକୁ ପାଳୁ ଯେ ମିଳି ।

ବ୍ରାହ୍ମଣ ଆସଇ ପୂଜା କରଇ

ଭୋଗ ଅଗିରେ ତ ସମର୍ପେ ସେହି

ଅଗ୍ନି ବିଡ଼ା ଧରି ସିଏ ବୁଲଇ

ଘଣ୍ଟ ନାଦେ ସେଠି କମ୍ପି ଉଠଇ ।

ବୁଲି ସାରି ସିଏ ଅଗ୍ନି ଗଦାରେ

ଅଗ୍ନି ସଂଯୋଗଇ ଭକତି ଭରେ

ଅଗ୍ନିକୁ ସଭିଏଁ କରୁ ଜୁହାର

ମାଗୁ ରୋଗ ଶୋକ କରହେ ଦୂର ।

ଅଗ୍ନିକୁ ସର୍ମପେ ପରିବା କିଏ

ନାରିକେଳ କିଏ ପକାଇ ଦିଏ

ଅଗ୍ନି ଯେଉଁ ଦିଗେ ମୋଡ଼ ଦିଅଇ

ଭଲ ଶସ୍ୟ ହେବ କିଏ କୁହଇ ।

ଅଗ୍ନି ଶେଷଯାଏଁ ଲୋକ ରୁହନ୍ତି

ପରିବା ନଡ଼ିଆ ଖୋଜି ନିଅନ୍ତି

ଅଗ୍ନି ପୋଡ଼ା ଭୋଗ ବାଣ୍ଟିକି ଖାଉ

ଅଗ୍ନି ପାଉଁଶକୁ ଘରେ ପକାଉ ।

କିମଦନ୍ତୀ କହେ ବଢ଼େ ସମ୍ପଦ

ଘରକୁ ପଡ଼େନି କିଛି ବିପଦ 

ବଢ଼ି ସକାଳରୁ କୁମାରୀମାନେ

ପହଞ୍ଚନ୍ତି ସ୍ନାନ କରି ସେମାନେ ।

ଅଗ୍ନି ସ୍ଥାନୁ ସଫା ପାଉଁଶ କରି

ଭୋଗ ଲଗାଇ ସେ ଆସନ୍ତି ଫେରି 

ମାଘ ଗଲା ସରି ହେଲା ଫଗୁଣ

ମାଘ ଅନ୍ତେ ଶୀତ ହେଲା ବିଲୀନ

ଦିନୁ ଦିନ ଖରା ହୋଇବ ଟାଣ

ଦୋଳେ ରାଧାକୃଷ୍ଣ ହେବ ମିଳନ ।



Rate this content
Log in

Similar oriya poem from Abstract