ଅଦୃଶ୍ୟ ଗରଳ
ଅଦୃଶ୍ୟ ଗରଳ
ଖୁବ୍ ସୁନ୍ଦର ଅଭିନୟ
ବାଃ ତୁମକୁ ତ କବିରତ୍ନ
ପୁରସ୍କାରେ ଭୂଷିତ କରିବା କଥା ।
କେତେ ସହଜରେ
କେତେ ଗୁଡିଏ ନିରିହ
ପ୍ରାଣକୁ ନଷ୍ଟ କରି ଦେଲ ।
ମୋର ପ୍ରତିବାଦର ସ୍ବରକୁ
ବଦନାମ କରି ଦେଲ,
ମୋ ପଛରେ ମୋର ମିଛ
ବଦନାମ କରି କ'ଣ ପାଇଲ ?
ମୋ ଆଖି ଆଗରେ
ତୁମେ ଏତେ ତଳକୁ ଖସି ଗଲ
ତୁମକୁ ନିଜର କରିବାକୁ
ମୋ ହୃଦୟରୁ କେବଳ ଘୃଣା ଉଦ୍ଗୀରଣ ।
ମୁଁ ଜାଣେନା ଏଇ ସମ୍ପର୍କ
କେଉଁ ଆଡକୁ ଯିବ ।
ଅନେକ ଦିନ ସହ୍ୟ କରିଛି ।
ଏବେ ତ ପାଣି ଶିର ଉପରେ
ଗଣ୍ଠି ପକା ଜୀବନ ଡୋର
କେତେ ମଜଭୁତ ରଖିବ ।
ତୁମର ପାଣିରେ ସରପକା
କଥାର ରହସ୍ୟ ଭେଦ
ଆଜି ନୁହେଁ ତ କାଲି ହେବ
କାହିଁକି ନା ଈଶ୍ଵର ଅଛନ୍ତି ।
ଯେତେ ତୁମେ ମୋ ନାଁ ରେ
ଭେରୀ ତୁରୀ ବଜାଅ
ଫମ୍ପା ମାଠିଆ ଶବଦ
କେତେ ଦୂର ଯିବ , କୁହ
ସତକୁ ତୁମେ ବାନ୍ଧି ପାରିବନି
ହଁ ଅର୍ଥ ଦେଇ କେତେ ଜଣକୁ
ଗୋଲାମୀ କରିବ
ଏଇଟା ତ ବେକାରୀ
ଖୁସାମତିଆ ଯୁଗ
ଯୁଆଡେ ବର୍ଷା ସିଆଡେ ଛତା ।
ପାରିବନି ମାପି ,ଏଇ ଆଖିରୁ
ଗଡୁ ଥିବା ତତଲା ଲୁହ ଲହୁ
ଉତ୍ତାପର ହିସାବକୁ
ଭଗବାନ କରନ୍ତୁ
ତୁମେ ପାପିମାନଙ୍କ ଗହଣରେ
ମୋର ଚର୍ଚ୍ଚା କର
ଆଉ ମୁଁ ତପିଙ୍କ ସାଙ୍ଗରେ
ଏଇ ଲେଖନୀ ନେଇ ବଞ୍ଚି ଥାଏ ।
ଜବନିକା ସମୟ ସମ୍ମୁଖରେ
ପ୍ରାଚୀ କାନ୍ଥଟା ଟିକେ ଫରଚା
ଦେଖା ଗଲାଣି ।
ତୁମେ ଚାହିଁ ଥାଅ
ଆଖି ବନ୍ଦ କଲେ କ'ଣ
ତୁମର କୁକର୍ମର ପରିଣାମ
ଦେଖି ପାରିବ ?
ଦେହର ଭୋକ ପୁରଣ ପାଇଁ
ଯେଉଁ ମାନେ ସାଥୀ ଥିଲେ
ଅଛନ୍ତି କି ନାହିଁ ?
ଯେଉଁ ସ୍ତ୍ରୀ କୁ ବଦନାମର
ଚାଦର ଘୋଡେ଼ଇ ଥିଲ
ସେ ଚାଦର ଅଛି କି
ଧରମ ରେଶମୀ ପାଟ ପିନ୍ଧିଛି
ସମୟ କହିବ ।

