STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଅଦୃଶ୍ୟ ଆସ୍ତରଣ

ଅଦୃଶ୍ୟ ଆସ୍ତରଣ

2 mins
22

କବିତା - ଅଦୃଶ୍ୟ ଆସ୍ତରଣ
ରଚନା - ପଞ୍ଚାନନ ଜେନା
ତାରିଖ -୨୩-୦୬-୨୦୨୫
ଖରାଛୁଟିରେ ଗାଁକୁ ଗଲେ
ଆସିବାକୁ ମନ କହେନା
ସହର ଫେରିବାକୁ ଆଦୌ ଇଚ୍ଛା ହୁଏନା

କାହିଁକି କେଜାଣି ଏମିତି ଲାଗେ
ବୁଝି ପାରେନା 
ଏମିତି ଚୁମ୍ବକୀୟ ଆକର୍ଷଣର ମାନେ
ମୁଣ୍ଡରେ ପଶେନା

ଗୋସେଇଁବାପା ଜେଜେବାପା 
ଅମଳର ଦୁଇ ବଖୁରିକିଆ ଘର
ଅଧା ଖଣ୍ଡିଆ ହେଲେ ବି
ପ୍ଲେଟ ସିମେଣ୍ଟ ଛାତ ଘର ହେଲେ ବି
ପୁରୁଣା କାଳିଆ ଦିଶୁଥିଲେ ବି
ସାଜେ ଅହେତୁକ ମାୟା ମମତାର ଆସ୍ତରଣ
ତ୍ୟାଗିବାକୁ ଆତ୍ମା କହେନା
ବୋଧେ ବଂଶ ବୁନିୟାଦି ଜିନ୍ ର ସମ୍ମୋହନ

ଗାଁ ଘର ଡିହ ଅଗଣା
ଫୁଲଗଛରେ ଭରା
ବାରି ଗଡିଆରେ ପହଁରା ମାଛଧରା
ଫଳ ଗଛରେ ଲଦା
ପନି ପରିବାରେ ଖୁନ୍ଦା
ଧାନ ମୀନ ମିଠା ପାନର ଅଭ୍ୟାସ ବୁ ଛାଡ଼ି
ସହରକୁ ଫେରିବାକୁ
କର୍ମ କ୍ଷେତ୍ରକୁ ଧାଇଁବାକୁ
ଜମାରୁ ଭାବି ପାରେନା କି କଳ୍ପି ପାରେନା

ଆହୁରି ଗୋଟିଏ ଅଦୃଶ୍ୟ ଆବରଣ 
ବାପା ସଜେଇଛନ୍ତି
ଋତୁ ଭିତ୍ତିକ ରଙ୍ଗ ମେଲଣ
ଜାତି ଜାତିକା ଫୁଲ ବଗିଚାର ପାର୍ବଣ

ବାପା ରୋପିଛନ୍ତି ବଢ଼େଇଛନ୍ତି
ବୋଉ ସମ୍ଭାଳିଛନ୍ତି ପାଳିଛନ୍ତି
ମଲ୍ଲୀ ତରାଟ ଚମ୍ପା ଟଗର
ଅପରାଜିତା ସୁଗନ୍ଧରାଜ ସହିତ କନିଅର
ନାଲି ଫିକା ମଠା ରଙ୍ଗର ଝୁମୁକା ମନ୍ଦାର
ଜାତି ଜାତିକା ଟେବୁଲ ଗୋଲାପ ସହିତ
କେତେ ରକମାରୀ ସୁମନ ସମ୍ଭାର
ଥରେ ଚାହିଁଦେଲେ
ଘେରେ ବୁଲି ଆସିଲେ
ନାକରେ ସୁଗନ୍ଧ ବାରି ହେଲେ
ହାତ ଆପେ ଆପେ ଉଠିଯାଏ
ଛୁଇଁ ଦେବାକୁ କୋମଳ ପାଖୁଡ଼ା ମାନଙ୍କୁ
ସୁନ୍ଦର ସତେଜ ପରିବେଶ ସମ୍ଭାର
ମନ ଅଳିନ୍ଦରେ ଫୁଟିଉଠେ ନୈସର୍ଗିକ ଉପଚାର

ସତ କହୁଛି
ବହୁତ ମନ କଷ୍ଟରେ ଫେରେ କର୍ମ କ୍ଷେତ୍ରକୁ
କେବଳ କେତେ ଖଣ୍ଡ ଟଙ୍କାର ଚାକିରୀ ପାଇଁ
କେବଳ କ୍ୟାରିୟର ଜୀବିକା ନାଁରେ
 ପେଟ ପାଇଁ ଦାନା
ଦେହ ପାଇଁ କନା
ରୋଗ ପାଇଁ ଔଷଧ ଗିନା
ପରିବାର ପୋଷଣ ପାଇଁ 
ପଘାରେ ଫସେଇ ଦେଇଛି ଜୀବନ ଅଖ

ଐନ୍ଦ୍ରଜାଲିକ ସହର ନଗରରେ ଅଛି
ସୁଖ ସୁବିଧା ସ୍ଵାଧୀନତା ରୋଜଗାର
ବିଳାସ ବ୍ୟସନ ସହ ଆନନ୍ଦ ବିଚରଣ ବିହାର

ମାତ୍ର ମିଳେନା ଏଠି ଶାନ୍ତି ପ୍ରଶାନ୍ତି
ଅଥଚ ଉଜ୍ଜଳ ଆଲୋକମାଳାରେ ଝଲସେ
ରାତି ଦିନ ବାରି ହୁଏନା 
କାଢିଛଡ଼ା ଅସ୍ତବ୍ୟସ୍ତ ମଣିଷ ସବୁ ଧାଉଁଥାନ୍ତି 

ସମୟ ନିର୍ଘଣ୍ଟରେ ଏଠି ସବୁ ନିଅଣ୍ଟ 
କପେ କଫି ଦେବାକୁ ମାଗଣାରେ
ଛାତି ତଳେ ସୃଷ୍ଟି ହୁଏନା 
ଆପଣାପଣର କିଞ୍ଚିତ ପଏଣ୍ଟ

ମାଳ ମାଳ ସପିଙ୍ଗ ମଲରେ ଏଠି ଭିଡ ପ୍ରବଳ
ଆଚରଣ ଉଚ୍ଚାରଣରେ ସମନ୍ୱୟ କୋହଳ
ଟ୍ରାଫିକ୍ ଜାମରେ ନିତି ଫସିଥାଏ ଜୀବନ
ବୟସ ଏଠି ଲାଗେ ବିକଳ ଅଧା ପାଗଳ
କଂକ୍ରିଟ ଜଙ୍ଗଲରେ ଗରମ ଗୁଳୁଗୁଳିରେ ପୂରା ବିହ୍ବଳ 

ଜନବସତିର ଘନତ୍ଵ ହିସାବରେ 
ଗଗନ ଛୁଆଁ କୋଠାବାଡି ମାପରେ
ଉସାରିଆ ରଙ୍ଗମରା  ରାସ୍ତାଘାଟ ତୁଳନାରେ
ବିଜ୍ଞାପନ ବିପଣନର ଭିଡ ଭାଡ଼ରେ
ମଣିଷ ଖୁନ୍ଦା ଖୁନ୍ଧି ଏଠି 
ମାନବତା ଫେରାର୍ କେତେ କାଳରୁ

ମନ୍ଦିର ମାଳିନୀ ସହର
ଦେବତା ନଜରବନ୍ଦୀ
ରୁଗ୍ଣ ମାନସିକତାରେ ଦଗ୍ଧ ଏଠି ମାନବିକତା
ଅନାବିଳ ଆତ୍ମୀୟତା ବାଟବଣା
ସ୍ଵାର୍ଥନ୍ୱେଷୀ ପାଶ୍ଚାତ୍ୟ ସଭ୍ୟତା ଆଳରେ
ମାୟା ନଗରୀରେ ସମସ୍ତେ ବାୟା
ମାନସିକ ବିକାର ଗ୍ରସ୍ତ ରୋଗୀ ଏଠି ସମସ୍ତେ

ଦୂରରୁ ଜୁହାର କରୁଛି 
ସେହି ମାୟା ଅଞ୍ଜନରୁ ତ୍ରାହି ମାଗୁଛି
ଶନିବାର ହେଲେ
ଦିନେ ଦୁଇଦିନ ଛୁଟି ମିଳିଗଲେ
ଛୋଟ ମୋ ଗାଁର ଡ଼ାକରା ଯେମିତି ଶୁଣି ପାରୁଛି
ମା' ଓ ଗାଁର ସବୁଜ ପଣତ ତଳକୁ ଧାଇଁ ଯାଉଛି

ଅଧେ ଜନତା ସକାଳୁ ବାହାରନ୍ତି
ଏଠି ଫୁଲ ଚୋରି କରିବାକୁ
ସକାଳ ବୁଲାର ଦ୍ବାହୀ ଦେଇ
ବଙ୍କୁଲି ବାଡି ପଲିଥିନ ଧରି ଆଗକୁ ବାଙ୍କକୁ
ଫୁଲ ଗଛ ଲଗେଇବାକୁ ଇଚ୍ଛା ନାହିଁ
ଠାକୁର ପୂଜା କରିବାକୁ ହାଇଁ ପାଇଁ

କୁହନ୍ତୁ ଆପଣେ ମହାଜନେ
ପର ବାଡିର ଫୁଲରେ
ବାଢିଦେଲ ଫୁସ୍ପାଞ୍ଜଳୀ
ଆଶିର୍ବାଦ କାହାକୁ ମିଳିଲା
ଠାକୁର ଅଛନ୍ତି ସର୍ବଜ୍ଞାତା ସର୍ବବଳି
ବାଣ୍ଟିଦେଲେ ଫୁଲଗଛ ରୋପଣ କାରୀ
ମୁଣ୍ଡରେ 
ଅଦୃଶ୍ୟ କରୁଣାବାରୀ ସବୁ ଅଜାଡି ପଡିଲା
ତାଙ୍କ ଦାଣ୍ଡରେ ଭାଣ୍ଡରେ ତୁଣ୍ଡରେ କୁଣ୍ଡରେ

କେବେ ବୁଝିବ ଏହି ସାଧାରଣ ତର୍କ
ସହରୀ ମଣିଷଗୁଡ଼ା
ମୋବାଇଲ୍ ପଛରେ ପରକୀୟା ପ୍ରେମରେ
ଯୁବାବର୍ଗ ହେଲେଣି ବୁଢ଼ା


Rate this content
Log in

Similar oriya poem from Inspirational