STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଅଧୁରା ସ୍ବପ୍ନ

ଅଧୁରା ସ୍ବପ୍ନ

1 min
193

ବଙ୍କିହାମ୍ ପ୍ରାସାଦ ଅଧିକାର କରିବାକୁ

ସୁନେଲି ସ୍ବପ୍ନ ଦେଖି ଦେଖି ଏଠି

ତମାମ ଜୀବନଟା ବିତିଯାଏ

ଗଛମୂଳେ ଖରା ବର୍ଷା ଶୀତ ସହି ସହି।

କୁହୁଡିର ପ୍ରହେଳିରେ ବାସ୍ତବତାକୁ

ଦରାଣ୍ଡି ଦରାଣ୍ଡି ବୟସଟା ବିତିଯାଏ

କେତେ ବେଳେ ଯୌବନ ହଜିଯାଏ

ସମୟର ଚୋରାବାଲିରେ ତାହା

କେହି ବି ଜାଣି ପାରେନା।

ମରୂଦ୍ଯାନର ରାହା ଖୋଜି ଖୋଜି

ବିପନ୍ନ ବେଦୁଇନ୍ ହରାଇଦିଏ

ଆପଣାର ଅସ୍ତିତ୍ବ ବାଲୁକା ପାହାଡ଼ରେ

ପାଲଟିଯାଏ ଜୀବାଶ୍ମ କାଳର

କରାଳ ପ୍ରବାହରେ।

ଏମିତି ତ ଜୀବନ କେତେ ବେଳେ

ଆଖିର ପଲକରେ ସରିଯାଏ

ଆଉ ଏକ ନୂତନ ଜୀବନର ସନ୍ଧାନରେ

କେହି ତା'ର ଟିକିଏ ଆଭାସ ପାଏନା।

ଜୀବନକୁ କଣ କେବେ ଅଟକାଇ ହେବ

ବାଲିବନ୍ଧର ସାହାରାରେ

ଚଳମାନ ହିଁ ତ ଜୀବନ

ସ୍ଥାଣୁତା - ସ୍ଥିରତାରେ ଅବା କି ଅଛି ଗୌରବ?

କାୟାରୁ କାୟାକୁ ସଞ୍ଚରି ଚାଲିଥାଏ ଜୀବନ

ଅବିରତ ନିରବଛିନ୍ନ ଗତିରେ

ପଛରେ ଛାଡ଼ି ଦେଇ ଯାଏ ଯାହା

ଅସୁମାରି ଅପୁରିତ ଅଧୁରା ସ୍ବପନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract