ଅଧୁରା ସ୍ବପ୍ନ
ଅଧୁରା ସ୍ବପ୍ନ
ଆଖିରେ ଥିଲା ମୋ ଅନେକ ସ୍ବପ୍ନ
ପୂରା କରିବାକୁ ତତ୍ ପର ଥିଲି
କେଉଁଠୁ ଆସିଲା ଏ ମହାମାରୀ
ସ୍ବପ୍ନ କୁ ମୋର ଭସେଇ ଦେଲି ।
ପାଠ ରହିଗଲା ଅଧାରେ ମୋହର
ମୋ ବହିରେ ଲାଗିଲା ଡୋର
ବାପାଙ୍କ କମ୍ପାନୀ ବନ୍ଦ ହୋଇଗଲା
ମା ପଡିଲା ଶକ୍ତ ବେମାର ।
ଜୀବନ କାଳରେ ଯାହା ସଞ୍ଚିଥିଲେ
ଆମ ଦୁହିଁଙ୍କ ଭବିଷ୍ୟତ ପାଇଁ
ସବୁ ଖର୍ଚ୍ଚ ହେଲା ଡାକ୍ତରଖାନାରେ
ସ୍ବପ୍ନ ରହିଗଲା ଅଧାରୁ ଯାଇଁ ।
ପିଲାଦିନରୁ ମୁଁ ମନେ ଚିନ୍ତିଥିଲି
ଭଲ ଡାକ୍ତରାଣୀ ଟିଏ ହେବି
ଦୁଃଖୀ ରଙ୍କି ଙ୍କର ସେବା କରିବି ମୁଁ
ସମସ୍ତଙ୍କ ମୁଖେ ହସ ଭରିବି ।
ବିଧିର ବିଧାନ ଅନ୍ଯ କିଛି ଥିଲା
ଏହା ନ ଥିଲା ମୋ ଭାଗ୍ୟରେ
ସାନ ଭାଇ ଟିକୁ ଡାକ୍ତର କରିବି
ଏତିକି ଅଳି ମୋ ଜଗା ଠାକୁରେ ।
