STORYMIRROR

Tapan Kumar Swain

Romance

3  

Tapan Kumar Swain

Romance

ଅଧୁରା ସ୍ୱପ୍ନ

ଅଧୁରା ସ୍ୱପ୍ନ

1 min
288

କେତେ କେତେ ସ୍ୱପ୍ନ ଦେଖିଛି ଏ ଆଖି

ସବୁ ନାହିଁ ଆଜି ମନେ,

ହେଲେ କିଛି ସ୍ୱପ୍ନ ରହିଛି ଅଧୁରା

ହଜିଥିବା ଯଉବନେ ।(୦) 


ସେଇ ଆଖି ତଳେ ନିଦ ଆସେ ଯେବେ

ମୁଦି ହୋଇଯାଏ ପତା,

ଭୁଲିଯାଏ ଯେତେ ଦିନର ଘଟଣା

ମିଛ ସତ ସବୁ କଥା ।

କେତେ ନଈପଠା ଜହ୍ନରାତି ଖେଳ

ଫୁଲ ଆଉ ଉପବନେ ।(୧)

କେତେ କେତେ................... 


ରଜନୀ ଗନ୍ଧାର ବାସର ମହକ

ପୁନେଇଁ ଜହ୍ନର ନିଶି,

କେବେ କେବେ ଉଠେ ଗହମ ନିଦରେ

ଉତ୍ତାଳ ରରଙ୍ଗ ରାଶି

ଆଉ କେବେ ଶୁଭେ ନିଷିଥ ରାତିରେ

ବିରହ ବଂଶୀର ଧ୍ୱନି ।(୨)

କେତେ କେତେ............... 



Rate this content
Log in

Similar oriya poem from Romance