ଅଧୁନା ଯୁଗର ରଜ ଉତ୍ସବ
ଅଧୁନା ଯୁଗର ରଜ ଉତ୍ସବ
ଅଧୁନା ଯୁଗରେ ରଜ ଉତ୍ସବ
ଅମୃତ କାଳର ଏ ମହୋତ୍ସବ
ବିଶ୍ଵେ ଗୁଞ୍ଜୁଅଛି ଆମ ବୈଭବ
ସଂସ୍କୃତି ସଂସ୍କାରେ ଏହୁ ପରବ
ବିଶ୍ବରେ ଗୌରବ
ବର୍ଣ୍ଣିବାକୁ କେହୁ ହେବ ସମ୍ଭବ !!
ରଜ ମଉଜେ ସବୁ ମାତି ଗଲେ
ରଜ ଦୋଳିଟିରେ ବସି ପଡ଼ିଲେ
ଗୀତ ଆଧୁନିକ ସେହୁ ଗାଇଲେ
ଧରିମୋବାଇଲ ଫୋଟ ଖିଞ୍ଚିଲେ
ଭିଡିଓ କରିଲେ
ତାକୁଫେସବୁକେ ଛାଡିଣଦେଲେ !!
ଯୁବା ଓ ଯୁବତୀ ଖୁସି ଅପାର
ନୂଆ ପରିଧାନେ ଦିଶେ ସୁନ୍ଦର
ଅନ୍ନ କଷ୍ଟ ନାହିଁ ଏବେ ତାଙ୍କର
ଅମୃତ କାଳର ରଜ ଯୁବାର
ଖୁସି ଆନନ୍ଦର
ନୂଆ ସେ ବ୍ୟଞ୍ଜନ ପିଠାପଣାର !!
ସୁସଜ୍ଜିତ ତାଙ୍କ ଘର ଓ ଦ୍ବାର
ଚିତା ପଡ଼ି ଅଛି ଅତି ସୁନ୍ଦର
ତୃତୀୟ ଦିନର ରଜ ତାଙ୍କର
ନୂଆ ଭାରତର ନୂଆ ରଜର
ଅଧୁନା ଯୁଗର
ରଜ ପର୍ବ ନୂଆ ଅନୁଭୂତିର !!
କୃଷକ କରନ୍ତି ହୋଇ ତତ୍ପର
ହଳ ଲଙ୍ଗଳ ପୂଜନ ଭକ୍ତିର
ପ୍ରାରମ୍ଭକରିବେ ଚାଷକାର୍ଯ୍ୟର
ରଜ ପରବ ଅଧୁନା ଯୁଗର
ଖୁସି ଆନନ୍ଦର
କାଳିଆ ପୂଜନ ହୁଏ ଭକ୍ତିର !!
ଶଙ୍ଖ ହୁଳହୁଳି ଯହୁଁ ଗୃହରେ
ପାନ ରହିଅଛି ସମସ୍ତ ଘରେ
ବନ୍ଧୁ ସ୍ବାଗତ ହେବ ଖୁସିରେ
ମନ ପ୍ରାଣହେବ ସବୁଏକରେ
ଗୁଞ୍ଜିବ ଗୀତରେ
ନୂଆ ଭାରତର ଅମୃତ ଧାରେ !!
ଖାଇବେ ଆରିସା କାକରାପିଠା
ଲାଗିବ ଆହାରେ ବହୁତମିଠା
ଚକୁଳି ଅଟେ ରୁଚି କର ପିଠା
ସମସ୍ତ ଘରରେ ରହିଛି ବଟା
ରଜ ପର୍ବର ପିଠା
ରଜ ପରବରେ ବ୍ୟଞ୍ଜନ ମିଠା !!
ଆସେ ପ୍ରତି ବର୍ଷ ରଜ ମଉଜ
ଅମୃତ କାଳର ନୂଆ ଏ ରଜ
ନୂଆ କଳେବର ନୂଆ ମୁରୁଜ
ସୁନ୍ଦର ଦିଶୁଛି ଦୋଳିର ସାଜ
ଶୁଭୁଛି ଆବାଜ
କାହାଳୀମୃଦଙ୍ଗ ଗୀତର ବାଜ !!
