STORYMIRROR

Mr.GAGAN BIHARI NAYAK

Romance Tragedy

4  

Mr.GAGAN BIHARI NAYAK

Romance Tragedy

ଅଧାରେ ରହିଗଲା ସବୁ

ଅଧାରେ ରହିଗଲା ସବୁ

1 min
312

   

 

ସାଥୀ ତୁମେ ମୋର ଅଧା ଲେଖା ଗୀତି

ଅଧା ସ୍ଵପ୍ନ ଦେଖା ରାତି ।

ଅବୁଝା ମନର ତୁମେ ପ୍ରଶ୍ନ ବାଚୀ ॥

ହଜିଲା ପ୍ରୀତିର ସ୍ମୃତି ॥0॥

ଅଧୁରା ଆଶାର ଅଧା ପ୍ରାପ୍ତି ତୁମେ

ମିଳିଲାନି ଟିକେ ତୃପ୍ତି ।

ତୁମେ ଅଧା କୁହା କାହାଣୀ ଟିଏ ମୋ

ଜାଡ ଜୁଡୁବୁଡୁ ରାତି ॥

ଅଧା ଜଳା ତୁମେ ଦହନ ଦୀପଟେ

ଲିଭି ପାଇଲ କି ଶାନ୍ତି ॥୧॥

ତୁମେ ଅସମାପ୍ତ ଚଲା ବାଟଟିଏ

ଚାଲିବାକୁ ଥିଲା ବାକି

ଥକ୍କା ମାରି ଆଜି ଅଧା ବାଟେ ବସି

ଚାହିଁଛ କାହାକୁ ବେଶି

ସେତ ଅତୀତ ଫେରେନା କେବେତ

ସ୍ମୃତି ହୋଇ ଦଂଶେ ନିତି ॥୨॥ 

ଅଧା ଲେଖା ତୁମେ ଗୋଲାପି ଚିଠିଟେ

ଲେଖି ହୁଏ ନାହିଁ ଇତି

ଅଙ୍କା ବଙ୍କା ସେଇ ଅକ୍ଷର ଭିତରେ

ନିରୀହ ଆଖିକୁ ଦେଖି

ତାହା ପାଇଁ ହଜେ ଭାବନାରେ ଯେତେ 

ସେ କାହୁଁ ବୁଝିବ ପ୍ରୀତି ॥୩॥

***



Rate this content
Log in

Similar oriya poem from Romance