Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagirathi Mohanty

Abstract Romance Others

3  

Bhagirathi Mohanty

Abstract Romance Others

ଅଧା କୁହା କଥା

ଅଧା କୁହା କଥା

1 min
112


ତମ ସଙ୍ଗେ ଦେଖାହେଲେ,

ବହୁତ ସାରା ଗପି ଦେବି ଭାବେ,

ତମେ ଆସ ଉଁଆସ ଅନ୍ଧାରେ

ଯେତେବେଳେ ଦୀପ ମାନଙ୍କ

ଶୀଖା ଲିଭି ଲିଭି ଆସୁଥାଏ,

ଦଧିନଉତି କୁ ଉଠି ସାରିଥାଏ ମହାଦୀପ

ମହାଦେବ ଅନ୍ଧିକୃତ ଅନ୍ଧାରରେ

ଅଧା ମୁଦା ଆଖିରେ ସ୍ନାନ କରୁଥାନ୍ତି

ନାରୀକେଳ ଜଳେ,

ସାର୍ଦ୍ଦୁଳ ପରି ପୂଜାରି ଝୁଣି ନେଉ ଥାଏ ଭେଟି ,

କାହା ମାନସିକ ପୂରଣ ହେଲା କି ନାଇଁ ,

ତା'ର କି ଯାଏ !

ପାହାନ୍ତି ପାହି ଯାଏ ପହଡ଼ ପଡ଼ିଯାଏ ,

ତୁମେ ପ୍ରତିମା ପରି  ଛିଡ଼ା ହୋଇ ଥାଅ

ମୋ ସାମନାରେ,

ପଚାର କୁହ କ'ଣ କହିବ ,

କେହି ନାଇଁ ଏଇଠି ,

ପୂଜାରି ନିଦ୍ରିତ ଗଞ୍ଜେଇ ନିଶାରେ, ପଳେଇଲେଣି

ଭକତେ ଅତରଛିଆ ହୋଇ 

ହେଲେ ତୁମକୁ ଦେଖୁ ଦେଖୁ ମୁଁ

ହଜିଯାଏ ତୁମରି ଭିତରେ,

ତୁମେ ମୁରୁକି ମୁରୁକି ହସୁଥାଅ,

କୁହ କ'ଣ କହିବ ! ମୁଁ କହୁ କହୁ ଅଟକି ଯାଇ

ଆଗକୁ ଚାହିଁ ଦେଖେ ଅଧିଆ ପଡ଼ିଥିବା ଭକତକୁ

ଆରେ ଉଠ ହେ ପ୍ରଭୁ ଯଦି ଦେଖାଦେଲ

ଏଇ ବର ଦିଅ, ଧରା ନ ପଡେ ଭିଜିଲାନ୍ସ ଜାଲେ। 

ତଥାପି ମୋ ପ୍ରିୟା ହସୁଥାଏ ଚୁପି ଚୁପି ଚାଲ ଯିବା

ଆଉ ଯାହା ରହିଲା ଆର ଥରକୁ ।


Rate this content
Log in

Similar oriya poem from Abstract