STORYMIRROR

BISWESWAR MAJHI

Abstract

4  

BISWESWAR MAJHI

Abstract

ଜୀବନର ରଙ୍ଗ

ଜୀବନର ରଙ୍ଗ

1 min
23.9K


ଇନ୍ଦ୍ରଧନୁ ସପ୍ତରଙ୍ଗ ବାଘନିସ ହନାଲା

ସବୁ ମିଶି ଅଂଶୁମାନ ହୋଇଯାନ୍ତି ଧଳା।


ଜୀବନଟା ରଙ୍ଗମୟ ଅଥବା ବେରଙ୍ଗ

ନାସ୍ତିବାଚକ ମନରେ ଭରିବ କେ ରଙ୍ଗ !


ଭାରତୀୟ ସଂସ୍କୃତିରେ ରଙ୍ଗର ଉତ୍ସବ

ଜୀବନକୁ କରିବାକୁ ମଧୁମୟ ପରବ।


ହୋମ ଯଜ୍ଞ କାର୍ଯ୍ୟେ ପଞ୍ଚ ମୁରୁଜ ରଙ୍ଗୋଲି

ଶବାଧାରେ ରଙ୍ଗ ସିଂଚି ସରଗକୁ ଶିଢି।


ହୋଲି ଦୀପାବଳି ଦଶହରା ରକ୍ଷା ବନ୍ଧନ

ମଣିଷ ମନରେ ରଙ୍ଗ ଯୋଗାଏ ଇନ୍ଧନ ।


ବିବାହ ବ୍ରତରେ ରଙ୍ଗ ଦେଖାଏ ତା ରଙ୍ଗ

ନାଚ ଗୀତ ପରିହାସ ସାଥେ ନାନା ବ୍ୟଙ୍ଗ।


ପାପର ରଙ୍ଗଟି କଳା ପୁଣ୍ୟ ରଙ୍ଗ ଧଳା

ବୈରାଗ୍ୟର ରଙ୍ଗ ଢାଉ ଶାନ୍ତି ରଙ୍ଗ ହରା।


ଜାତୀୟ ପତାକା ତିନି ରଙ୍ଗ ସମାହାର

କେଶରୀ ଧଳା ସବୁଜ ମଧ୍ୟେ ଧର୍ମ ଚକ୍ର।


ମଙ୍ଗୁଳା କନ୍ୟା ହାତରେ ମେହେନ୍ଦୀ ରଙ୍ଗାଇ

ରଙ୍ଗମୟ ଜୀବନର ସ୍ୱପ୍ନ ଦେଖୁଥାଇ।


ମୃତ୍ୟୁରୁ ଅମୃତ ଗତି ଜୀବନର ଲକ୍ଷ୍ୟ

ରଙ୍ଗ ରୋଷଣୀ ତହିଁରେ ଘୁରୁଥାଏ କକ୍ଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract