STORYMIRROR

Ashok Kumar Pradhan

Abstract

4  

Ashok Kumar Pradhan

Abstract

ସୁସ୍ଥ ଶରୀର—@shok

ସୁସ୍ଥ ଶରୀର—@shok

1 min
24.6K

ସୁସ୍ଥ ଶରୀର 

=======

                    —ଅଶୋକ


ବିଶ୍ରୀକୁ ସୁନ୍ଦର ରଖିବାକୁ ହେଲେ 

ଲୋଡ଼ା ସିନା ପରିଶ୍ରମ, 

ଶ୍ରମ ରେ କାତର ନ ହୁଅ ହେ ଭାଇ 

କରୁଥାଅ କିଛି କାମ ll


ସ୍ୱାସ୍ଥ୍ୟ ହିଁ ସମ୍ପଦ ଏ କଥା ଅନନ୍ୟ

ଜାଗ୍ରତରେ ଥାଅ ଭାଇ, 

ଏ ଦେହ ଦେଉଳ ପୂଜାରୀ ତୁମେ 

ପୂଜାରେ ବିଭ୍ରାଟ ନାହିଁ ll


ସୁସ୍ଥ ଶରୀର ସୁସ୍ଥ ମନ ପ୍ରାଣ 

ଦେଶ ଗଠନରେ ସାର, 

ସୁସ୍ଥ ଥିଲେ ତହୁଁ ଶତାୟୁ ଆୟୁ 

ରୋଗ ବଇରାଗ ଦୂର ll


ନିଇତି ଯୋଗ ପ୍ରାଣାୟାମ କର 

ଅନୁଲୋମ ବିଲୋମ, 

ପଞ୍ଚଭୂତ ଶକ୍ତି ଜାଗ୍ରତ କର 

ଅବିରତ ନାମ ଧ୍ୟାନ ll


କୂଳ କୁଣ୍ଡଳିନୀ କୋଷ ଶକ୍ତି ଚେଉଁ

ହୁଅ ଶ୍ରେଷ୍ଠ ନଶ୍ବର, 

ଧୀମତ୍ତି ଚିତ୍ତ ହେଉ ପ୍ରାଣବନ୍ତ 

ତଥାସ୍ତୁ କର ଇଶ୍ୱର ll


ପ୍ରଯତ୍ନ ପୂର୍ବକ କ୍ରୀଡାଭ୍ଯାସ କରି 

ଗଢ ସୁଢଳ ଶରୀର, 

ହର୍ଷିତ ମନ ପ୍ରଫୁଲ୍ଲ ବଦନ 

ଆକର୍ଷଣର ଆଭାର ll


ଶରୀର ସୁନ୍ଦର ମନ ବି ସୁନ୍ଦର 

ଏ ତ ସଂସାର ବେଭାର, 

ହିସାବରେ ଚାଲ ନ ଠକିବ ଭଲେ 

ମାନି ସ୍ୱାସ୍ଥ୍ୟ ସଦାଚାର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract