STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

4  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ଭାରତ୍ତୋଳନ

ଭାରତ୍ତୋଳନ

1 min
22.3K

ଆଖିରେ ମେଞ୍ଚା ମେଞ୍ଚା ସ୍ଵପ୍ନ,

ଓସାରିଆ ଛାତି ରେ ଅସୀମ ଶକ୍ତି

ଭେଟ ଭାଟ ହୁଅନ୍ତି ପ୍ରତି ନିଶ୍ଵାସ ର ତତଲା ବିଶ୍ବାସ ରେ,

ପ୍ରତିଟି ଶିରା ପ୍ରଶିରା ଅଣ୍ଟା ସଳଖି ମୁଣ୍ଡ ଟେକିବାକୁ

ଦିଅନ୍ତି ପ୍ରେରଣା

ଉଠାଇ ବାକୁ ସଂସାର ର ଭାର ଉତ୍ତୋଳନ l

ଦୃଢ ଇଚ୍ଛାଶକ୍ତି ର ମଞ୍ଜି,

ମନ ର ଗହୀରିଆ ଭାବ ବିଲ ରେ

ସକାଳୁ ସକାଳୁ ନେଉଥାଏ

ଆଶା ଉଦ୍ଦୀପନା ର ଦୁଇ ଯୋଡା ବଳଦ କୁ ନେଇ

କରିବାକୁ ସଫଳତା ଅର୍ଜନ

ହୋଇ ଯାଏ ଓଦା ସରସର

ସିକ୍ତ ହୁଏ ଭାବ ଭୂଇଁ

ଲୁଣିଆ ଲୁଣିଆ ଝାଳ ଧାରା ରେ,

ମୁକ ହୁଏ ବାକ୍ଯ ବାନ.

ପଙ୍ଗୁ ହୁଏ ଶକ୍ତିମାନ୍.

ସଫଳତା ଆପେ ଆପେ ଚାଲି ଆସେ ପିନ୍ଧା ଇବାକୁ

ପ୍ରତିଯୋଗି କୁ ବିଜୟ ର ଟୀକା l

ପ୍ରେରଣା ସାଜେ

ଜୀବନ ସଂଗ୍ରାମ ରେ ଭାର ବହନ

କରୁଥିବା ଭାରୋତ୍ତଳନ ନାୟକ ନାୟିକା,

ରାଷ୍ଟ୍ର ଜାତି ଟେକ ରଖି ଆଣନ୍ତି ସୁନାମ

କ୍ରୀଡା କ୍ଷେତ୍ରରେ ହୋଇ ଉଡ୍ଡିୟମାନ ତାରକା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract