STORYMIRROR

Sudhir Kumar Panda

Abstract

4  

Sudhir Kumar Panda

Abstract

ଆଶାରେ ଜୀବନ

ଆଶାରେ ଜୀବନ

1 min
22.9K


ଅଜବ ସହରେ ଗଜବ ଘଟଣା ପକେଟ ପଡିଲେ ଫାଙ୍କା

ଚିହ୍ନା ମୁହଁ ସବୁ ଅଚିହ୍ନା ହୁଅନ୍ତି କରିଦେଇ ମୁହଁ ବଙ୍କା।

ନୁହଁ ସାଙ୍ଗ ସାଥି ନୁହଁ ସହୋଦର କେହି ନୁହଁନ୍ତି କାହାର

ସରିଯାଏ ଯେବେ ସାଜ ସରଞ୍ଜାମ କରିଦେଇଥାନ୍ତି ପର।

ଅବେଳ ସମୟ ଦେଖାଏ ତା ଭୟ କରିଦେଇ ସାତପର

ଲଦିଦିଏ ଦୁଃଖ ହରିନିଏ ସୁଖ ମଚାଏ ସେ ହାହାକାର।

ଅତୀତ ଠିକଣା ହୁଅଇ ଅଜଣା ନୂଆ ସ୍ଥାନ ରାସ୍ତାକଡ

ପୁରୁଣା ସ୍ବଜନ ହୁଅନ୍ତି ଦୁର୍ଜନ ସମ୍ପର୍କରେ ଛାଡବାଡ।

ତଥାପି ଏ ବେଳା କରେନାହିଁ ହେଳା ଜୀବନକୁ ନିଏ ନାହିଁ

ଆଶା ଦୀପଟିଏ ମନେ ଜାଳୁଥାଏ ଆଗତ ଦିନକୁ ଚାହିଁ।

କିଏ ଜାଣେ ପୁଣି ହରିଆ ବାପୁଡା ହୋଇଯିବ ହରିଶ୍ଚନ୍ଦ୍ର

ପୁଣି ସାଉଁଟିବ ସୁଖ ଶାନ୍ତି ସବୁ ପାଇଯିବ ତାରା ଚନ୍ଦ୍ର।

ସମୟର ଚକ୍ର ମାରଇ ପ୍ରହାର ପୁଣି ସେ ଉଠାଇ ଥାଏ

ଅସହାୟ ଏଇ ମଣିଷ ବାପୁଡା ଆଶାର ଆଶ୍ରାରେ ଜିଏଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract