ଜିତିବ ଏ ବିଶ୍ବ
ଜିତିବ ଏ ବିଶ୍ବ
ସାରା ବିଶ୍ବ ଆଜି ପଡିଛି ବିପଦେ
କରୋନାର ପ୍ରକୋପରେ ,
ତଥାପି ଧରଣୀ ଡରିଯାଇନାହିଁ
ଲଢୁଅଛି ସାହସରେ ,
ଲଢୁଛି ଲଢିବ ଏଇ ସାରା ବିଶ୍ବ
ସଭିଏଁ ଏକତ୍ର ହୋଇ ,
ଏ ବିଶ୍ବ ଏକତା ଦେଖିବୁରେ ତୁହି
ଆମେ ସବୁ ଭାଇ ଭାଇ ।
ବିଶ୍ବ ଏକତାର ଡିଣ୍ଡିମ ବଜାଇ
ଜିତିବୁ କରୋନା ଯୁଦ୍ଧ ,
ଆମ ପାଶେ କେହି ତିଷ୍ଠି ପାରି ନାହିଁ
ଆମେ ଯେ ଏକତା ବଦ୍ଧ ।
କରୋନା ତୁ କେବେ ଜିତିଯିବୁ ନାହିଁ
ଏଇ ଆମ ଧରା ପରେ ,
ଏଇ ଯୁଦ୍ଧ ନୁହେଁ ସାମାନ୍ୟ ଯୁଦ୍ଧଟେ
ବିଶ୍ବଯୁଦ୍ଧ ଏ ସଂସାରେ ।
ଜିତିଛି ଜିତିବ ଡରିଯିବ ନାହିଁ
ଆମ ଏ ଧରିତ୍ରୀ ମାତା ,
ହାରିବ କରୋନା ଜିତିବ ଏ ବିଶ୍ବ
ହସିବ ମାଆ ମମତା ।
