STORYMIRROR

Sudhir Kumar Panda

Abstract

4  

Sudhir Kumar Panda

Abstract

ମୁକ୍ତି

ମୁକ୍ତି

1 min
23.5K


ପକ୍ଷୀର ଜୀବନ ଆକାଶ ପବନ ମନ ଭରି ଉଡୁଥାଏ

ପିଞ୍ଜରା ଭିତରେ ଯେତେ ଯାହା ଦେଲେ ମନ କିବା ଖୁସି ହୁଏ।

ବନ୍ଦୀର ଜୀବନ ନାହିଁ ସନମାନ ନାହିଁ ସେଠି ସୁଖ ଶାନ୍ତି

ମନ ଲୋଡୁଥାଏ ଖୋଲା ପରିବେଶ ଝଲସିବ ଯହିଁ କାନ୍ତି।

ମଣିଷଟେ ମଧ୍ୟ କେଉଁ ଅପରାଧେ ହୋଇଯାଏ ଯେବେ ବନ୍ଦୀ

ଖୋଲା ହାତ ଦୁଇ କୋଲପ ମଧ୍ୟରେ ଅସହାୟେ ହୁଏ ଛନ୍ଦି।

ହାତର ସେ ବେଡି ହାତ ଦିଏ ଯୋଡି ହାତ ସହ ମନ ବନ୍ଧା

ସୁଖ ହଜି ଯାଏ ଖୁସି ହଜି ଯାଏ ମନ ଖୁସି ହୁଏ ଛନ୍ଦା।

ବନ୍ଧା ଜୀବନଟି ଖୋଜୁଥାଏ ମୁକ୍ତି ଖୋଜୁଥାଏ ଭବିଷ୍ୟତ

ଯେଉଁ ଭବିଷ୍ୟତେ ପାଇବ ସେ ମୁକ୍ତି ଗାଇବ ଖୁସିର ଗୀତ।

ଅପେକ୍ଷାର କ୍ଷଣ କରି ଅନୁକ୍ଷଣ ମୁକ୍ତିର ପଥକୁ ଚାହିଁ

ବନ୍ଦୀ ସମୟର ଅନ୍ତ ହୋଇଗଲେ ଅମା ରାତି ଯାଏ ପାହି।

ପଞ୍ଜୁରୀ ଖୋଲିକି ଆକାଶେ ଉଡିଲେ ପକ୍ଷୀର ଆନନ୍ଦ ଯେତେ

ବନ୍ଦୀର ହାତର ବେଡି ଖୋଲିଗଲେ ମନରେ ଆନନ୍ଦ ସେତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract