STORYMIRROR

ମିତା ପଟନାୟକ

Abstract

4  

ମିତା ପଟନାୟକ

Abstract

ଆଜନ୍ମ ସମର୍ପିତ

ଆଜନ୍ମ ସମର୍ପିତ

1 min
23K


ତମାମ ପେଶାକୁ ପଛ କରି

ସେବାକୁ ନିଶା କରିଛି..

ଦିନପ୍ରତି ଦିନ ଭେଟୁ ଥାଏ

ଏମିତି କିଛି ଚରିତ୍ର ଙ୍କୁ.... 

ଅପେକ୍ଷା ର ନଈ କୂଳେ 


ଏକ...


ନିର୍ଜନତା ର ବେଳାଭୂମି ପରେ 

ଶରୀର ବୋଲାଉଥିବା 

ଦୁର୍ବଳ ପଂଜିରା ପୁଳେ କିଛି ଗୋଟାଏ ଆକାର ନେଇ 

ବସିଥାଏ କାହିଁ କେତେ ଯୁଗରୁ 

ସମୟ ଆସିଛି 

ସମୟ ଯାଇଛି 

କଛି ଫସିଲ ହେଇ ତଳେ ମୁହଁ ମାଡି ଆଣ୍ଠେଇ ପଡିଛି 

ଆଉ କିଛି ସମୟ ସ୍ମୃତି ର ପଣତ ତଳେ 

ଗଭୀର ନିଦ ରେ ଆଜିବି ଶୋଇଛି,,

ପର କୁ ଆପଣାର କରିଛି

ରୋଗୀ ପାଖରୁ ମୃତ୍ୟୁକୁ ଆଡେଇଛି


ଦୁଇ....


ନଈ କୂଳ ପାଖ ଇଲେକ୍ଟ୍ରିକ ଖୁଂଟ ରେ 

କଥା ଆଉ କାହାଣୀ କେତେଟା 

ବାଇଚଢେଇ ର ବସା ରେ ପରିବର୍ତ୍ତିତ 

ସମ୍ପର୍କ କୁ ଭାବର ଯଜ୍ଞ କୁଣ୍ଡରେ ଆହୁତି ଦେଉ ଦେଉ 

ଛଡେଇ ଶାବକ ର କିଚିରି ମିଚିରି ଭିତରେ 

ନିଜ ଆଦ୍ୟ ପ୍ରେମ କୁ ଖୋଜୁଥାଏ

ଆଉ କହୁଥାଏ ରହି ରହି

ସମ୍ପର୍କ

ଯେତେ ଯତ୍ନ

ସେତେ ଅବହେଳା

ଯେତେ ଭଲ ପାଇଵା

ସେତିକି ଅବଶୋଷ

ଯେତେ ସାଇତିବା

ସେତେ ହଜେଇବା

ଯେତିକି କୋଳାହଳ

ସେତିକି ନୀରବତା

ଯେତିକି କଷ୍ଟ 

ସେତିକି ପୁର୍ଣ୍ଣତା 

ଯେତିକି କଥା 

ସେତେ କାହାଣୀ

ତଥାପି ସେ ନିଆରା ବଇଦ ଚାଲୁଥାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract