STORYMIRROR

Sabitri Mohapatra

Abstract Inspirational

4  

Sabitri Mohapatra

Abstract Inspirational

ଶାନ୍ତି

ଶାନ୍ତି

1 min
311


ବିଶ୍ଵମାତାର କୋଣ ଅନୁକୋଣେ 

ବହେ ଝଡ ଅଶାନ୍ତିର 

ଲକ୍ଷ୍ୟହୀନ ଏଇ ମାନବ ସମାଜ 

ଖୋଜେ 'ଶାନ୍ତି ' ବୁଲି ଦ୍ୱାର ଦ୍ୱାର......(୧)


କିଏ ଖୋଜେ ଶାନ୍ତି ମନ୍ଦିରରେ ପୁଣି 

କିଏ ଖୋଜେ ଗୁରୁଦ୍ୱାରେ 

କିଏ ଖୋଜେ ପୁଣି ଆମ୍ବ ତୋଟା ମାଳେ 

କିଏ ସାଗର ବେଳାରେ....... (୨)


କେତେ ସାଧୁ ସନ୍ଥ ବୁଲନ୍ତି ଜଙ୍ଗଲେ 

ଶାନ୍ତି ପାଇବା ଆଶାରେ 

କିଏ ତ ଖୋଜୁଛି ମସଜିଦ୍ ଯାଇ 

କିଏ ପାଏ ଧନ ଉପର୍ଜ୍ଜନରେ...... (୩)


ହେଲେ ଆଧୁନିକତାରେ ମଣିଷ ହଜିଛି 

ପାଇଛି ଭୋଗ ବିଳାସ 

ମାତ୍ର ହଜାର ଦେଇଛି ଆହ୍ଲାଦ, ଉଚ୍ଛ୍ୱାସ

ହଜାଇ ମନୁ ଉଲ୍ଲାସ........ (୪)


ଭୋଜନ ସାମଗ୍ରୀ ପାଖେ ଅଚ୍ଛି ରହି 

କ୍ଷୁଧା ହଜିଗଲା କାହିଁ 

ବିଳାସମୟ ସେ କୋଠରୀରେ ପରା 

ସୁନିଦ୍ରା ଖୋଜେ ନ ପାଇ....... (୫)


ପରିପୂର୍ଣ୍ଣ ସେହି ପ୍ରାସାଦରେ ପରା 

ପ୍ରସନ୍ନତା ମନେ ନାହିଁ 

କ୍ଷତାକ୍ତ ହୃଦୟେ ଖୋଜିବୁଲେ ସେହି 

ଶାନ୍ତି ଟିକକ ପାଇଁ..... (୬)


ଅର୍ଥଦ୍ୱାରା ସ୍ୱାସ୍ଥ୍ୟ, ନିଦ୍ରା, ନିରୋଗତା 

ପରା କିଣିହୁଏ ନାହିଁ 

ଅର୍ଥବି ଦିଏନା ସ୍ନେହ, ଶ୍ରଦ୍ଧା ମନେ 

ପବିତ୍ରତା ନାହିଁ ଯହିଁ...... (୭)


କାମ, କ୍ରୋଧ, ଲୋଭ ମୋହ ଅହଙ୍କାରେ 

ପରା ବଶବର୍ତ୍ତୀ ହୋଇ 

ଏ ମନ ଭାବିଛି ଜିଣିବ ସର୍ଵତ୍ର 

ଖାଲି ଅର୍ଥ ଉପାର୍ଜ୍ଜନକ୍ଷମ ହୋଇ..... (୮)


ହେଲେ ବିକାରଗ୍ରସ୍ତସେ ମନେ ଖେଳିବୁଲେ 

ମାନସିକ ବ୍ୟାଧି ଯେତେ 

ହତାଶାରେ ଭରା ସନ୍ଦେହୀ ମନଟା 

ବିବର୍ଣ୍ଣ ଦିଶଇ ସେତେ...... (୯)


ଏଇ ମନେ ଅଛି ସ୍ୱର୍ଗୀୟ ସୁଷମା 

ଏ ମନେ ମଧୁର ରାତ୍ରି 

ତେବେ କିଆଁ ମନ ଖୋଜିବୁଲୁଥାଏ 

ପାଇବାକୁ ଟିକେ 'ଶାନ୍ତି '...... (୧୦)


Rate this content
Log in

Similar oriya poem from Abstract