STORYMIRROR

Sudhanjali Mishra

Abstract

4  

Sudhanjali Mishra

Abstract

ସପ୍ତରଙ୍ଗ

ସପ୍ତରଙ୍ଗ

1 min
23.9K

ବା --ବାଇଗଣୀ ରଙ୍ଗୀ ଶାଢୀରେ ସଜାଇ

    ଲୋଭନୀୟା ଦିଶେ ପ୍ରିୟା 

ଘ--ଘନନୀଳ କେଶୀ ଭାରି ସେ ବିଶ୍ବାସୀ

    ଜଳାଏ ମୋହରି ହିୟା ।।୧।।

ନୀ--ନୀଳନୟନାର ସୁଢ଼ଳେ ଚାହାଣୀ

   ନିତି ମୁଁ ପହଁରୁ ଥାଏ

ସ--ପୀରତି ସବୁଜ ଉପବନେ ମୁଁ ଯେ

   ଅଳି ସମ ଘୂରୁଥାଏ ।।୨।।

ହ--ହଳଦୀମଖାର ତନୁର କିମିଆଁ

ସତେ ହଳଦୀବସନ୍ତ

ନା--ନାରଙ୍ଗୀ ପଣତ ଓଢ଼ଣୀର ତଳେ

   ମନ କରେ ଆକର୍ଷିତ ।।୩।।

ଲା--ଲାଲ ମଖା ଓଠେ ମଧୁ ଭରାକଣ୍ଠେ

    କହେ ସେ ଲାଜୁଆ କଥା

    ଅଷ୍ଟମ ରଙ୍ଗ ପ୍ରେମ ହୃଦୟେ ବହି

     ହରେ ମୋର ମନ ବ୍ୟଥା ।।୪।।


Rate this content
Log in

Similar oriya poem from Abstract