STORYMIRROR

Sunanda Mohanty

Abstract

4  

Sunanda Mohanty

Abstract

ବଟୁଆ

ବଟୁଆ

1 min
23.8K

ଖାଲି କଣ ପାନ 

ଗୁଆ ଖଇର ସାଥେ ଚୂନ 

ଆଉ ଗୋଟେ ଦରଦୀ ମନ 

ଖୁଚୁରା ବି ଥାଏ 

ବେଲପତ୍ର ତୁଳସୀ ବି ଥାଏ

 ଆଉ କଉଡ଼ି 

ଖୋଲିଲା ମାତ୍ରେ କିଏ କୁଆଡୁ 

ଆସନ୍ତି ଦଉଡି 

ମାଲିକ ଭାରି ସାଂଘାତିକ 

ପୁଣି ବନ୍ଦ ହୋଇଯାଏ 

କୋଳାହଳ ନ ସାରିବା ଯାଏଁ 

ଆଉ ଯୋଉଦିନ ସେ ଚାଲିଗଲା 

ବଟୁଆ ତ ଭାରି କାନ୍ଦିଥିଲା 

ଦିନ କେଇଟା ଦୃଷ୍ଟି ଆକର୍ଷଣ କରୁ କରୁ 

ତୁଚ୍ଛା ଅଳିଆ ସାଜିଲା 

ଆଗ୍ରହ ଓ ଉଦ୍ଦୀପନା 

କିଛି ବି ନଥିଲା 

କେବଳ ଶ୍ରିମନ୍ତିନୀ କେହି 

କଉଡ଼ି ରଖୁଥିଲା 

ସିନ୍ଦୁର ସଜାଡି 

ବାଟୁଆଟା ନେଇଗଲା ଠେଲାଗାଡ଼ି 

ଯେବେ ତାର ପରିଚୟ 

ଅଗାଡି ଅବା ଯୋଗ୍ୟ କବାଡି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract