ଅଡ଼ୁଆ ସୂତା
ଅଡ଼ୁଆ ସୂତା
ସମ୍ପର୍କର ସୂତାଖିଅ ଅଡୁଆ ତଡୁଆ
ତଥାପି କାହିଁକି କେଜାଣି ଦୂରକୁ ସୁନ୍ଦର
ଦୂରଦିଗବଳୟ ପରି ଲାଗେ ଆପଣାର
ସ୍ବାର୍ଥେ ବଶ ହୋଇ ପୁଣି ନିମିଷକେ ପର।।
ଏମିତି ଏ ଜଗତରେ
ଏମିତି ସମ୍ପର୍କର ବାଲିଘର
ଦୁଃଖ ଜଞ୍ଜାଳରେ
ଆକ୍ତାମାକ୍ତା ଏଠି ଗାଆଁଠୁ ସହର
ବେପରୁଆ ସ୍ବପ୍ନର ମହଲରେ
ଅବିଶ୍ୱାସ ସମୁଦ୍ରର ଜୁଆର
ସ୍ବାର୍ଥପର ଆଶା ବେସାହାରା ପୁଣି
ସ୍ୟାହିର ଅକ୍ଷର ।।
ବିଚାର ଚାଲିଛି ରାସ୍ତାକଡ଼ର
କାଠଗଡାରେ ମମତାର
ହଜି ଯାଇଛି ନିଜସ୍ୱ ହାତ ପାଦର
ପାଞ୍ଚ ପାଞ୍ଚ ଆଙ୍ଗୁଠି ସବୁ
ଥରହର ନୀରିହ ପ୍ରାଣର
ନିଷ୍କାମ ମନ ଗୁଡା
ଅଧିକାର କିଏ ପଚାରେ ବା ଆଜି !
ନିଶ୍ବାସ ତ ବିଶ୍ବାସକୁ ଖୋଜି ଖୋଜି
ମଝି ଖୁଣ୍ଟରେ ବନ୍ଦୀ
ଜଳଜଳ ଦେଖୁଛି ସବୁ ।
ଶୁଦ୍ଧ ଅମ୍ଲଜାନ ଦାନ୍ତ ନିକୁଟି ଉପହାସ କରୁଛି ।
ନଦୀପଠା କେବଳ ନୁହେଁ
ଯୁଆଡେ ଚାହିଁଲେ ସବୁଠି
ଦିଶୁଛି ମୁହଁ ମାଡି ଅବା
ଉଲଗ୍ନ ଜୀବନ୍ତ ପ୍ରତିମା ।
ହେଲେ ଯୋର୍ ପ୍ରସ୍ତୁତି ପୁଣି ମାଆ ଆସୁଛନ୍ତି।
ମାଆ ନିଷ୍ପତ୍ତି ନିଅ
ଆସିବ କି ଆସିବ ନାହିଁ ।