STORYMIRROR

Pranati Mahapatra

Abstract Inspirational

4  

Pranati Mahapatra

Abstract Inspirational

ଅଡ଼ୁଆ ସୂତା

ଅଡ଼ୁଆ ସୂତା

1 min
267


ସମ୍ପର୍କର ସୂତାଖିଅ ଅଡୁଆ ତଡୁଆ

ତଥାପି କାହିଁକି କେଜାଣି ଦୂରକୁ ସୁନ୍ଦର

ଦୂରଦିଗବଳୟ ପରି ଲାଗେ ଆପଣାର

ସ୍ବାର୍ଥେ ବଶ ହୋଇ ପୁଣି ନିମିଷକେ ପର।।


ଏମିତି ଏ ଜଗତରେ 

ଏମିତି ସମ୍ପର୍କର ବାଲିଘର

ଦୁଃଖ ଜଞ୍ଜାଳରେ 

ଆକ୍ତାମାକ୍ତା ଏଠି ଗାଆଁଠୁ ସହର

ବେପରୁଆ ସ୍ବପ୍ନର ମହଲରେ

ଅବିଶ୍ୱାସ ସମୁଦ୍ରର ଜୁଆର

ସ୍ବାର୍ଥପର ଆଶା ବେସାହାରା ପୁଣି

ସ୍ୟାହିର ଅକ୍ଷର ।।


ବିଚାର ଚାଲିଛି ରାସ୍ତାକଡ଼ର

କାଠଗଡାରେ ମମତାର

ହଜି ଯାଇଛି ନିଜସ୍ୱ ହାତ ପାଦର 

ପାଞ୍ଚ ପାଞ୍ଚ ଆଙ୍ଗୁଠି ସବୁ

ଥରହର ନୀରିହ ପ୍ରାଣର

ନିଷ୍କାମ ମନ ଗୁଡା

ଅଧିକାର କିଏ ପଚାରେ ବା ଆଜି !


ନିଶ୍ବାସ ତ ବିଶ୍ବାସକୁ ଖୋଜି ଖୋଜି 

ମଝି ଖୁଣ୍ଟରେ ବନ୍ଦୀ 

ଜଳଜଳ ଦେଖୁଛି ସବୁ ।

ଶୁଦ୍ଧ ଅମ୍ଲଜାନ ଦାନ୍ତ ନିକୁଟି ଉପହାସ କରୁଛି । 

ନଦୀପଠା କେବଳ ନୁହେଁ

ଯୁଆଡେ ଚାହିଁଲେ ସବୁଠି

ଦିଶୁଛି ମୁହଁ ମାଡି ଅବା

ଉଲଗ୍ନ ଜୀବନ୍ତ ପ୍ରତିମା ।


ହେଲେ ଯୋର୍ ପ୍ରସ୍ତୁତି ପୁଣି ମାଆ ଆସୁଛନ୍ତି। 

ମାଆ ନିଷ୍ପତ୍ତି ନିଅ 

ଆସିବ କି ଆସିବ ନାହିଁ ।



Rate this content
Log in

Similar oriya poem from Abstract