STORYMIRROR

Rasmita Hembram

Inspirational

4  

Rasmita Hembram

Inspirational

ଅଚିହ୍ନା ପଥିକ

ଅଚିହ୍ନା ପଥିକ

1 min
468

ଏନ୍ତୁଡିଶାଳରୁ ଅଚିହ୍ନା ପଥରେ

ଥାପିଲି ପାଦ ମୁଁ ଯେବେ ,

ଚଲାପଥ ମୋର ଲାଗିଲା ନୁଆଁ

ଅଚିହ୍ନା ମଣିଷ ସଭିଏଁ ।।

ପ୍ରକୃତି ଯେବେ କୋଳକୁ ନେଇ

ପାଣି,ପବନେ ବଞ୍ଚିବା ଶିଖାଇଲା,

ଆପଣାର କରି ନେଲା ମୋତେ କିଣି

ରହିଲି ତା ପାଖେ ଋଣି ।।

ଗର୍ଭରେ ଥାଇ ମା'କୁ କେବଳ

ଅନୁଭବ କରୁଥିଲି ,

ସେତକ ଜାଗାକୁ ନିଜର ଭାବି

ମୀନ ପରି ଖେଳୁଥିଲି ।।

ଜନମିଲା ପରେ ଛାତିରେ ଜାବୁଡି

ଗାଲେ ଯେବେ କଲା ଗେହ୍ଲ ,

ଯାହା ପେଟରେ ମୁଁ ଥିଲି ଦଶମାସ

ବୁଝିଲି ,ଏଇ ମୋ ଚିହ୍ନା ମଣିଷ ।।

କାନେ ଯେବେ ମୋର ତା ମିଠା ଶବଦେ

ବାପା ଡାକ ଶିଖାଇଲା ,

ମା' ପରି ସ୍ନେହ ଦେଉଥିବା ଲୋକଟି

ବାପା ମୋର ବୋଲି ଜାଣିଲି ।।

ଜେଜେ,କାକା-କାକୀ,ପୋଡଶୀ,କୁଣିଆ

ଅଚିହ୍ନା ରୁ ହେଲେ ଚିହ୍ନା ,

ପାଖ ପରିବେଶ ଘର ଅଗଣା

ସବୁ ହୋଇଗଲା ଆପଣା ।।

ପାଦ ଥାପି ଥାପି ବାହାରକୁ ଯେବେ

ବୁଲିବାକୁ ବାହାରିଲି ,

ଗୁଲୁଗୁଲିଆ, କେତେ କୁନି କୁନି

ଅଚିହ୍ନା ମୁଁହ ମୁଁ ଦେଖିଲି ।।

ତାଙ୍କ ହସ ସାଥେ ମୋ ହସର ଯେବେ

ତାଳ,ଲୟ ମିଶି ଗଲା ,

ଖିଲିଖିଲି ହସି ଆଲିଙ୍ଗନ କରି

ସାଂଗ ରୂପେ ଚିହ୍ନିଗଲି ।।

ବଡ ଯେବେ ହେଲି ଜ୍ଞାନ ମୁଁ ପାଇଲି

ଦୁନିଆ ଚେତନେ ଦେଖିଲି ,

ବୁଝିଲି ସଂସାର ଗହନ କଥାକୁ

କଳି କାଳ ବିଚିତ୍ରତାକୁ ।।

ସ୍ନେହ ମମତାରେ, ଆପଦେ ବିପଦେ

ଅଚିହ୍ନା ହୁଅଇ ଚିହ୍ନା ,

ଭଲ,ମନ୍ଦ ବିଚାରି ଆପଣାର କଲେ

ଠକି ଯିବା ନାହିଁ ଭଲେ ।।


Rate this content
Log in

Similar oriya poem from Inspirational