ଅଚିହ୍ନା ମଣିଷ
ଅଚିହ୍ନା ମଣିଷ


ହୃଦୟକୁ ମୋର ଅଚିହ୍ନାହୋଇ ବି କିଏ ନେଇଗଲା କୁହ,
ବଞ୍ଚିବାକୁ ଚାହେଁ ଘଡ଼ିଏ ଦି'ଘଡ଼ି ହୃଦୟ ଫେରାଇ ଦିଅ |(ଘୋଷା )
ପଚାରିବି ଥରେ ସେ ପ୍ରାଣପ୍ରିୟାକୁ ମନଭରି ଦେଖିନେବି,
ପ୍ରିୟା ହାତଧରି ଶେଷଦେଖା ବୋଲି ତା' କାନରେ କହିଦେବି |
ଯେଉଁ ବାଟଦେଇ ମୋ ପ୍ରିୟା ଯାଇଛି ସେହି ବାଟେ ମୋତେ ନିଅ |
ହୃଦୟକୁ ମୋର ଅଚିହ୍ନା ହୋଇ ବି କିଏ ନେଇଗଲା କୁହ,
ବଞ୍ଚିବାକୁ ଚାହେଁ ଘଡ଼ିଏ ଦି'ଘଡ଼ି ହୃଦୟ ଫେରାଇ ଦିଅ | (1)
ବଞ୍ଚିବା ମରିବା ସାଥିହୋଇ ବୋଲି କଥା ଦେଇଥିଲା ପ୍ରିୟା,
ଜନମେ ଜନମେ ଆମ ଦୁହିଁଙ୍କର ପ୍ରୀତିହେବ ଦିଆନିଆ |
ବିଦାୟ ବେଳାରେ କହିବି ପ୍ରିୟାକୁ ଶେଷଛୁଆଁ ଦେଇଯାଅ |
ହୃଦୟକୁ ମୋର ଅଚିହ୍ନା ହୋଇ ବି କିଏ ନେଇଗଲା କୁହ,
ବଞ୍ଚିବାକୁ ଚାହେଁ ଘଡ଼ିଏ ଦି'ଘଡ଼ି ହୃଦୟ ଫେରାଇ ଦିଅ | (2)