ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
ମୁଁ ଏକ ଅଙ୍କାବଙ୍କା ନିର୍ଜନ ରାସ୍ତାରେ,
ଛିଡ଼ା ହୋଇଥାଏ କଦମ୍ବ ଗଛ ମୂଳେ ,
ପାଦ ଥାପି ଥାପି ସେଇ ବାଟ ଦେଇ,
ଚାଲି ଆସୁଥାଏ ଏକ ମଣିଷଟିଏ,
ଛିଡ଼ା ହୋଇଥାଏ ପାଖରେ ମୋର,
ସ୍ମିତହସ ହସୁଥାଏ ।
ମୁଁ ତାକୁ ଆବାକ ହୋଇ କି ଚାହିଁ ରହିଥାଏ ,
ସେଇ ମୁହୂର୍ତ୍ତରେ ନିଜର ନିଜର ,
ମୋତେ ପରା ଲାଗୁ ଥାଏ ।
କେହି ମୁହୂର୍ତ୍ତରେ ମୋ ପାଖରୁ ସିଏ,
ଛାଡ଼ି ମୋତେ ଚାଲି ଯାଏ ,
ତାକୁ ଝୁରି ମୁହିଁ ଆନମନା ହୁଏ ।
ଅନେଇ ରହିଛି ତା ବାଟ ଚାହିଁ ,
ଦିନେ ନା ଦିନେ ପୁଣି ଫେରିବ ,
ଆଜି କିନ୍ତୁ କାହିଁ ଏମିତି ଲାଗେ ,
ସେ ଆଉ ଫେରିବନି ,
କାରଣ ସେ ଅଟେ ଏକ ଅଚିହ୍ନା ମଣିଷଟିଏ ।
