STORYMIRROR

କଳ୍ପନା ରାୟ

Abstract Action Inspirational

4  

କଳ୍ପନା ରାୟ

Abstract Action Inspirational

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
227


ଚିରିଲି ଉଦର,ଜନ୍ମିଲି ସୋଦର

ନିତି ଦେଖୁଥାଇ କଳି

ପିତାମାତା ପାଇଁ ସେ କଳି ଦାମ୍ପତ୍ୟର

ମନେ ମନେ ଯାଏ ଜଳି


ମାଆ ଜନ୍ମ କରେ ପ୍ରକୃତି ଖେଳର

ସୁଖଦୁଃଖ ସାଥି ପାଇଁ

ଅଚିହ୍ନା ଲୋକ ହୁଅଇ ନିଜର

ଚିହ୍ନା ଲୋକ ଯାଏ କାହିଁ


ହୃଦୟ ଵୀଣାର ସୂକ୍ଷ୍ମ ତନ୍ତ୍ରୀରେ

ଦିଶେ ଯାର ପଦଚିହ୍ନ

ସେଇ ପଦଚିହ୍ନ ଫୋଡି ଫୋଡି ହୁଏ

ଅଚିହ୍ନାର଼ ମିଠା ପଣ


ଜୀବନ ଯୁଦ୍ଧରେ ହାରିଗଲି ବାରେ

ସ୍ନେହ ପ୍ରେମ ମୈତ୍ରୀ ଦେଇ

ଚିହ୍ନା ଲୋକ ସବୁ ଶତ୍ରୁ ତୁଲ୍ୟ କଲେ

କ୍ଷୀର ଦେଇ ସାପ ପୋଷୁଥଲି ମୁହିଁ


ଅଚିହ୍ନା ଲୋକ ତ ନିଜର ହୋଇଲେ

ବାର୍ଦ୍ଧକ୍ୟରେ ସେବା କରି

ବୃଦ୍ଧାଶ୍ରମ ନାମ ଦେଇଛନ୍ତି ସିନା ହେଲେ

ଦିଅନ୍ତିନି କେବେ ପର କରି


ଚିହ୍ନା ଅଚିହ୍ନାର ସମାଜ ଭିତରେ

ଅଚିହ୍ନାର ଜିତ୍ ହୁଏ

ନିଜ ଲୋକ ପରା ଶତ୍ରୁ ଏଠି ହୁଏ

ଵୃଦ୍ଧାଶ୍ରମେ ଛାଡିଯାଏ


ଅଚିହ୍ନା ଲୋକ ତ ହୁଏ ଆଶାବାଡି

ରାତିରାତି ଗପ କହେ

ଚିହ୍ନା ଲୋକଟି ତ ମୁହଁକୁ ଚାହେଁନି

ମିଛ ମାୟା ସଂସାର ଇୟେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Abstract