ଅଛେ ଗହଳ ନିଦରେ ବହଳେ ସପନ ନେଇ
ଅଛେ ଗହଳ ନିଦରେ ବହଳେ ସପନ ନେଇ
ପାରଦ ଛୁଉଁଛି ସର୍ବତ୍ର ଏବେ ଚାଳିଶିରୁ
ପଚାଶ ସ୍ତର
ତାତିରେ ସାରା ଭାରତରେ ପଡି ଯାଏ
ହା ହା କାର ।
ବିକାଶ ନାମରେ ଶିଳ୍ପାଂଚଳ ହୁଏଜଙ୍ଗଲ
ଚାଲିଛି ଅବାଧେ କଟା
ଅଟ୍ଟାଳିକା ମାନ ଠିଆ, ଦେଖା ଯାଉ
ନାହିଁ ଆଉ ବୃକ୍ଷ କି ଲତା ।
ପ୍ରଦୁଷଣ ମାତ୍ରା ବଢ଼ି ଚାଲି ଅଛି ଭାବିବାକୁ
ବେଳ କାହିଁ
ଦିନ ରାତି ଆମେ ସବୁ ଅଛେ ଗହଳ ନିଦରେ
ବହଳେ ସପନ ନେଇ ।
ପ୍ରକୃତି ଦତ୍ତ ସବୁ ପରିବେଶ ବୃକ୍ଷ ଲତା
ସବୁଜ ବନ
ମଣିଷର ଉପକାରୀ ବନ୍ଧୁ, ଅତୁଳନୀୟ
ତାହାର ଦାନ ।
ଖାଦ୍ୟ, ବସ୍ତ୍ର ଓ ବାସ, ଜୀବ ଜଗତକୁ ତ
ସେ ଦେଇ ଥାଏ
ପ୍ରଗତି ନାମରେ ମାତି ଆମେ ତାକୁ ନଷ୍ଟ
କରୁ ଥାଏ ।
ଶିଳ୍ପ ଗଢି ଉଠିଲା ଗାଡି ମଟର ଧୂଆଁରେ
ବାୟୁ ଦୂଷିତ ହେଲା ନିରନ୍ତର
ଅଙ୍ଗାରକାମ୍ଳ ଶୋଷି ଅମ୍ଳଜାନ ନମିଳିଲେ
ଜୀବନ ତ ହେବ ହା ହା କାର ।
ଜଙ୍ଗଲ ଅଭାବେ ବରଷା ନହେବ ଜୀବ
ଜଗତ କିପରି ବଞ୍ଚିବ
ଭୁଲିଗଲେ ଏ କଥା, କିପରି ପ୍ରଦୂଷଣ ଦୂର
ହେବ, ମଣିଷ ହସିିବ ।