STORYMIRROR

sasmita tripathy

Tragedy

3  

sasmita tripathy

Tragedy

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

1 min
293

ହୃଦୟର କଥା ହୃଦୟର ବ୍ୟଥା

ଓଠ ପାରେ ନାହିଁ କହି 

ସେ ଅକୁହା କଥା ଦରଦର ଗାଥା

ଆଖି ଦେଇ ଯାଏ ବହି 


ଆଖି ବୁଝେ ସିନା ହୃଦୟର କଥା

ହେଲେ ବୁଝେ ନାହିଁ ମନ 

ଭାରି ସେ ଅବୁଝା ଛୋଟ ପିଲାଟିଏ 

ମାଗେ ମତେ ତାରା ଜହ୍ନ 


 ତୋଳିବାକୁ ଜହ୍ନ ପାଏ ନାହିଁ ହାତ 

 ମରି ମରି ଯାଏ ମନ

 ସରି ସରି ଆସେ ସପନର ବେଳା

 ପାହି ପାହି ଆସେ ଦିନ


ଜହ୍ନ ନୁହେଁ ସେତ ଅଫେରା ଫଗୁଣ 

ଯାଇଛି ଅତୀତ ହୋଇ

ସ୍ମୃତି ସାଗରରେ କେବେ ସେ ଭିଯାଏ

କେବେ ଯାଏ ଲୁହ ଦେଇ

 

ସୁନେଲି ସପନ ଆଶା ମରୀଚିକା

ସାଜିଛି ମୋ ପାଇଁ ଆଜି

ନଵ ଉଦ୍ଦୀପନା ଦିଗ ଦିଗନ୍ତରୁ

ପାରୁନି ଆଉ ମୁଁ ଖୋଜି


ସ୍ମୃତି ସହରରେ ସ୍ମୃତିର କୋଳରେ

ସ୍ମୃତିରେ ଭିଜୁଛି ମୁହିଁ

ଅସହ୍ୟ ଯନ୍ତ୍ରଣା ଅବ୍ୟକ୍ତ ବେଦନା

ଓଠ କହି ପାରେ ନାହିଁ


ସାଉଁଟି ପାରେନା ସପନର ଫୁଲ

ତୋଳି ପାରେ ନାହିଁ ଜହ୍ନ

ଶୂନ୍ୟ ମନ୍ଦିରର ଭଗ୍ନ ଆଲେଖ୍ୟରେ

ଖୋଜି ବୁଲେ ମୋର ମନ


ଜୀଵନ ମୋହର ନଦୀ ଦୁଇ ଧାର

ତୁମ ପାଇଁ ଯାଏ ବହି

ଜାଣେ ନାହିଁ କେଵେ ମିଶିଵ ଯେ ପୁଣି

ଅଶାନ୍ତ ସାଗରେ ଯାଇ


ଜୀଵନ ସପନ ସବୁ ଲାଗେ ମତେ

ଛାଇ ଆଲୁଅର ଖେଳ

ସପନ ସରିବ ଛାଇ ହଜିଯିବ 

ହେଲେ ବାହୁଡିବା ବେଳ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy