ଅବ୍ୟକ୍ତ କୋହ
ଅବ୍ୟକ୍ତ କୋହ
ମୁକୁଳିତ ମୋର ମନ ମନ୍ଦିରେ
ଆଶାର ଦୀପ ଜାଳୁଛି
ଜୀବନରେ କଲି କେତେ ପାପ ପୁଣ୍ୟ
ହିସାବ ଆଜି କରୁଛି।
ଶୂନ୍ୟତାରେ ଭରା ଅନ୍ତର ମୋର
ପୂଣ୍ୟତା ଖୋଜିବି କାହିଁ
ଅବ୍ୟକ୍ତ କୋହରେ ଏ ମନ ଅଥୟ
ପଥ ମୋତେ ଦିଶୁ ନାହିଁ
ପାନ୍ଥଶାଳା ମୋ ପାଇଁ
ଭୁଲ ଠିକ୍ର ହିସାବ କରୁଛି
ସମୟକୁ ସାଖୀ ଦେଇ।
ଯାହା ମୁଁ ପାଇଲି ଏ ଜୀବନ ସାରା
ଈଶ୍ବରଙ୍କ ପ୍ରତିଦାନ
କୋଣେ ଅନୁକୋଣେ ଅଧିର
ଏ ମନ
ଖୋଜୁଛି ରୂୂପେଲି ଜହ୍ନ
ରାତି ଯାଏ ଶେଷ ହୋଇ
ବାକି ସପନକୁ ଏ ରାତି ନିିଅଣ୍ଟଟନ୍ଦ
ଖୋଜିବି ଅବା ମୁଁ କାହଁ ।